Here's the recent articles submitted by abinash das
Articles By abinash das
ମୁମ୍ବାଇରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ଛୁଟି ଘୋଷଣା
Submitted as: Argus News
ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି। ଅନେକ ଲୋକ ବର୍ଷାରେ ଫସି ରହିଛନ୍ତି। ବର୍ଷା ଯୋଗୁ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସ୍କୁଲ-କଲେଜ୍ ଛୁଟି ଘୋଷଣା କରାଯାଇଛି। ବର୍ଷାରେ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ବଜ୍ରପାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ଏକ ରେଡ ଆଲର୍ଟ ଜାରି କରିଛି। ଆଜି ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।(read
entire article)
View : 133 Times
Category : General
ସୁସ୍ଥ ଶରୀର ପାଇଁ କିସ୍ମିସ୍ କେତେ ଲାଭଦାୟକ..? ଜାଣନ୍ତୁ..
Submitted as: Argus News
କିସମିସ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ବସିଥିବା କି ଚାଲୁଥିବ, ବୁଲୁଥିବା ବେଳେ ଯଦି କିସ୍ମିସ୍ ନଜରରେ ପଡିଯାଏ ତେବେ ସେଥିରୁ ଦୁଇଟି ଆଣି ପାଟିରେ ପକାଇ ଦେବା ଆମର ପ୍ରାୟତଃ ସମସ୍ତଙ୍କ ଅଭ୍ୟାଶ। ଏହାକୁ ପାଟିର ସ୍ୱାଦ ପାଇଁ କିଛି ଲୋକ ମଧ୍ୟ ଖାଇଥାନ୍ତି। ଏହାକୁ କ୍ଷିରି, ମିଠେଇ, ଏବଂ ସ୍ନାକ୍ସରେ ମଧ୍ୟ ବ୍ୟବହାର କରାଯାଇଥାଏ । କିନ୍ତୁ କିସ୍ମିସ୍ ଶରୀର ପାଇଁ ଏକ ଚମତ୍କାରୀ ବରଦାନ ବୋଲି ଆପଣ ବୋଧ୍ ହୁଏ ଜାଣିନଥିବେ।(read
entire article)
View : 143 Times
Category : General
ଦୁଃଖିନୀ ମା' ର ମମତା, ପୁଅ ପଛେ ମାରୁ ଭଲରେ ଥାଉ
Submitted as: Argus News
ମା'ର ମମତା ସନ୍ତାନ କେବେ ବୁଝିପାରିଲା ନା କେବେ ବୁଝିପାରିବ। ଯେଉଁ ପୁଅ ମାଡ ମାରି ଘରୁ ବାହାର କରିଦେଲା ଆଉ ବୃଦ୍ଧାଶ୍ରମରେ ଛାଡିଦେଲଲା, ହେଲେ ସେଇ ମା ତାର ପୁଅ ପାଇଁ ଜିଁଉନ୍ତିଆ ବ୍ରତ ରଖିଛି । ସେ ପୁଣି ନିର୍ଜଳା। ଏପରି ଏକ ଘଟଣା ଘଟିଛି ଭାଗଲପୁର ଜିଲ୍ଲାର ସାହାରା ବୃଦ୍ଧାଶ୍ରମରେ । ଏହି ବୃଦ୍ଧାଶ୍ରମରେ ଥିବା ମା ତାର ପୁଅ ପାଇଁ ଜିଁଉନ୍ତିଆ ବ୍ରତ ରଖିଛନ୍ତି। ବୃଦ୍ଧାଶ୍ରମରେ ପାଖାପାଖି ୩୨ ମହିଳା ଅଛନ୍ତି। ଯେଉଥିରୁ ୮ ମହିଳା ସେମାନଙ୍କ ପୁଅମାନଙ୍କ ମଙ୍ଗଳ ମନାସି ବ୍ରତ ରଖିଛନ୍ତି। ଏଠାରେ ମଧ୍ୟ ବ୍ରତ ରଖିଥିବା ମହିଳାମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହି ମା ମାନଙ୍କ ମଧ୍ୟରୁ ଦ୍ରପୌଦି ଦେବି କହିଛନ୍ତି ମା ପାଇଁ ପୁଅ ସୁବିକିଛି ହୋଇଥାଏ। ଯଦି ଏହି କଥା ପୁଅ ନବୁଝିବ ମୁଁ ଆଉ କଣ କରିପାରିବି। କିନ୍ତୁ ଯେପର୍ଯ୍ୟନ୍ତ ବଞ୍ଚିଥିବି ମୋ ପୁଅ ପାଇଁ ମମତା କମ ହେବ ନାର୍ହି। ସେଥିପାଇଁ ତା ପାଇଁ ବ୍ରତ ରଖିଛି। ସେ ଭଲରେ ରହୁ , ସୁସ୍ଥ ଖୁସି ରହୁ ଦୀର୍ଘାୟୁ ହେଉ ଧନ ସମ୍ପତ୍ତି ତାର ଭରି ଯାଉ।(read
entire article)
View : 148 Times
Category : General
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
Submitted as: Argus News
ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ୍ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି ଅଶ୍ବିନ। ଏସିଆ ମହାଦେଶରେ ସର୍ବାଧିକ ୱିକେଟ୍ ଦଖଲ କରିଥିବା ଭାରତୀୟ ବୋଲର ହୋଇପାରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କ ୪୧୯ ୱିକେଟ ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ ।ଏସିଆରେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ଶ୍ରୀଲଙ୍କାର ମୁରଲୀଧରନ ୧ନଂ ରହିଛନ୍ତି,ସେ ଟେଷ୍ଟ କ୍ରିକେଟରେ ମୋଟ ୮୦୦ ୱିକେଟ ନେଇଥିବା ବେଳେ କେବଳ ଏସିଆରେ ଏହି ସଂଖ୍ୟା ୬୧୨ ରହିଛି। ପ୍ରଥମରେ ମୁରଲୀଧରନ ରହିଥିବାବେଳେ ଦ୍ୱିତୀୟରେ ଅଶ୍ୱିନ ଓ ତୃତୀୟରେ ରହିଛନ୍ତି କୁମ୍ବଲେ(read
entire article)
View : 111 Times
Category : General
ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ
Submitted as: Argus News
ଡେଟିଙ୍ଗ ଆପ। ଏହା ଶୁଣିବା ମାତ୍ରକେ ଆପଣ ଜାଣିସାରିବେଣି ଯେ ଏଥିରେ କଣ ହୁଏ। ଡେଟିଙ୍ଗ ଆପ ହେଉଛି ଏମିତି ଏକ ଆପ ଯେଉଁଥିରେ ଆପଣ ଜଣେ ଜଣଙ୍କ ସହ କଥା ବାର୍ତ୍ତା ହୋଇଥାନ୍ତି। ଠିକ ଏମିତି ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଡେଟିଙ୍ଗ ଆପରେ ହ୍ରିତିକ ରୋଷନଙ୍କ ସହ କଥା ହୁଅନ୍ତି ଉର୍ବଶୀ ରୈତେଲା। କରିଲେ ପର୍ସନାଲ ମେସେଜ। ମା ଦେଲେ ବିବାହର ପ୍ରସ୍ତାବ। ଉର୍ବଶୀ ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହନ୍ତି। ସେ କହିଲେ ଯେ , ସେ ଡେଟିଙ୍ଗ ଆପ ବ୍ୟବହାର କରନ୍ତି। Hauterrfly ରେ କଥାବାର୍ତ୍ତା ବେଳେ ଅଭିନେତ୍ରୀ ଖୁଲାସା କରିଛନ୍ତି ଯେ, ଏହା ଡେଟିଙ୍ଗଙ୍କ କରିବା ପାଇଁ ନୁହେଁ ବରଂ ବନ୍ଧୁତା ପାଇଁ ଏଥିରେ ଯୋଡି ହୋଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ହ୍ରିତିକ ରୋଷନ ଏବଂ ଆଦିତ୍ୟ ରୟ କପୁରଙ୍କ ବ୍ୟତୀତ ଆହୁରି ଅନେକ ସେଲିବ୍ରେଟିଙ୍କୁ ମଧ୍ୟ ସେ ଏହି ଆପ ମାଧ୍ୟମରେ ଜାଣିଛନ୍ତି।(read
entire article)
View : 136 Times
Category : General
ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ
Submitted as: Argus News
ବଲିଉଡ ସୁ ପରଷ୍ଟାରଙ୍କୁ ଶକ୍ତିମାନଙ୍କ ପ୍ରହାର। କହୁ କହୁ ମାଙ୍କଡ ବୋଲି ସମ୍ୱୋଧନ କଲେ ଶକ୍ତିମାନ ଫ୍ରେମ ମୁକେଶ ଖାନ୍ନା। ପୁଣିଥରେ ଶକ୍ତିମାନ୍ ଓରଫ ମୁକେଶ ଖାନ୍ନା ବଲିଉଡର ବଡ ବଡ ସୁପରଷ୍ଟାରମାନଙ୍କୁ ଘେରିଛନ୍ତି । କଟାକ୍ଷ କରିବାରେ ଏହା ତାଙ୍କର ପ୍ରଥମ ଥର ନୁହେଁ, ବରଂ ଅନେକ ମାମଲାକୁ ନେଇ ସେ ଷ୍ଚାରମାନଙ୍କୁ ଆକ୍ଷେପ କରିଛନ୍ତି । କିନ୍ତୁ ଏବେ ସେ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କୁ ଅପମାନିତ କରିଛନ୍ତି । ପଇସା ରୋଜଗାର କରିବା କେବଳ ଷ୍ଟାରମାନଙ୍କର ଲକ୍ଷ୍ୟ- ମୁକେଶ ଖାନ୍ନା କ୍ୟାପ୍ସନରେ ଲେଖିଛନ୍ତି, କଣ ବିଜ୍ଞାପନ ଗ୍ଲାମରର ଦୁନିଆ କଣ ପଇସାର ଦୁନିଆ ସାଜିଛି । ପେସା ଫେକ୍ ତମାସା ଦେଖ । କଣ ଏହା ଆଧାର ହୋଇଛି ? ଟଙ୍କା ଦିଅ ଏବଂ କିଛିବି ଅର୍ଡର କର । କଣ ମଡେଲ ଏବଂ ଅଭିନେତାମାନଙ୍କର ଲକ୍ଷ୍ୟ କେବଳ ଟଙ୍କା କମାଇବା ବୋଲି କହିଛନ୍ତି ମୁକେଶ ଖାନ୍ନା। ତମାଖୁ, ଗୁଟଖା, ରୁମି ଭଳି ନିଶାଜାତ ଦ୍ରବ୍ୟକୁ ପ୍ରମୋଟ କରିଥାନ୍ତି ଏହି ଷ୍ଟାର । ଏହି ବିଷୟକୁ ନେଇ ସେ ଇନଷ୍ଟାଗ୍ରାମରେ ଏକ ଲମ୍ବାଚଉଡା ପୋଷ୍ଟ କରିଛନ୍ତି ।(read
entire article)
View : 118 Times
Category : General
ଚର୍ମକୁ ସୁସ୍ଥ ରଖିବ ହଳଦୀ ପାଣି
Submitted as: Argus News
ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିଥାଏ । ଯଦି ତୁମେ ତୁମର ସ୍ୱାସ୍ଥ୍ୟକୁ ମଜବୁତ କରିବାକୁ ଚାହୁଁଛ ତେବେ ତୁମ ଖାଦ୍ୟରେ ହଳଦୀକୁ କୌଣସି ପ୍ରକାରରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ ତେବେ ହଳଦୀ ପାଣି ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ ଆପଣ ଏହି ପ୍ରାକୃତିକ ପାଣିକୁ ମଧ୍ୟ ଆପଣଙ୍କ ଖାଦ୍ୟର ଏକ ଅଂଶ କରିବେ । ହଳଦୀ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।(read
entire article)
View : 122 Times
Category : General
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର
Submitted as: Argus News
ଆୟୁର୍ବେଦିକ ଔଷଧରେ ଅନେକ ପ୍ରକାରର ଜଡିବୁଟି ବ୍ୟବହାର କରାଯାଏ । ଏମିତି ଅନେକ ଉଦ୍ଭିଦ ଅଛି ଯାହା ରୋଗ ପାଇଁ ଔଷଧ ଭାବରେ କାମ କରେ । ଏହି ଗଛଗୁଡ଼ିକୁ ଆପଣଙ୍କ ଘରେ ଲଗାଇବାକୁ ନିଶ୍ଚିତ ଦରକାର । ଏହି ଗଛଗୁଡିକ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୁଣ୍ଡବିନ୍ଧା, ଚର୍ମ ଏବଂ କେଶ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ । ଏହିପରି ୧୦ ଟି ଗଛ ବିଷୟରେ ଜାଣନ୍ତୁ ଯାହା ଆୟୁର୍ବେଦ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କଥା ହେଉଛି ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଆପଣଙ୍କ ଘରର ବାଲକୋନୀରେ ସହଜରେ ମିଳିପାରିବ । ଯାହାକୁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବ୍ୟବହାର କରିପାରିବେ ।(read
entire article)
View : 101 Times
Category : General
ଫିଲ୍ମ ଭଳି ଦେଖିହେବ ସ୍ୱପ୍ନ ଭିଡିଓ
Submitted as: Argus News
ଯାହା ଶୁଣିଲେ ତାହା ସମ୍ପୂର୍ଣ୍ଣ ସତ। ଏଣିକି ସ୍ୱପ୍ନକୁ ରେକର୍ଡ କରାଯିବ। ବର୍ତ୍ତମାନ ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି । ଜାପାନୀ ରିସର୍ଚର ନିକଟରେ ଏହାକୁ ସତ କରି ଦେଖାଇଛନ୍ତି । ଗବେଷକମାନେ ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଉନ୍ନତ ନ୍ୟୁରାଲ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ସ୍ବପ୍ନକୁ ରେକର୍ଡ କରିବା ପାଇଁ ବ୍ରେନର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରାଯାଇଥାଏ । ରାପିଡ ଆଇ ମୁଭମେଣ୍ଟ ଦ୍ବାରା ସ୍ବପ୍ନ ସ୍ପଷ୍ଟ ହୋଇଥାଏ । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ମସ୍ତିଷ୍କ ତରଙ୍ଗର ଢାଞ୍ଚାକୁ ସ୍ବପ୍ନରେ ପରିଣତ କରାଯାଇଥାଏ । ଏହା ଦ୍ବାରା ସ୍ବପ୍ନକୁ ପୁଣିଥରେ ପ୍ଲେ କରାଯାଇ ପାରିବ ।(read
entire article)
View : 125 Times
Category : General
ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ
Submitted as: Argus News
ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6 ମହଲା ମୁଖ୍ୟାଳୟ । ଆକ୍ରମଣରେ ହିଜବୁଲ୍ଲା ଟପ୍ କମାଣ୍ଡର ହାସିମ୍ ସେଫିଦ୍ଦିନ୍ ସଫା ହୋଇଥିବାବେଳେ ମରଣ ମୁହଁରୁ ବର୍ତ୍ତି ଯାଇଛି ହିଜବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲା । ଖୋଜିଖୋଜି ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ । ଶୁକ୍ରବାର ରାତିରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 76 ଜଣ ଆହତ ହୋଇଛନ୍ତି । ଲେବାନନ ଉପରେ ଇସ୍ରାଏଲ ସେନାର ସବୁଠାରୁ ବଡ଼ ଆକ୍ରମଣ ପରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁରନ୍ତ ଇସ୍ରାଏଲ ଫେରିଆସିଛନ୍ତି ।(read
entire article)
View : 139 Times
Category : General

