Here's the recent articles submitted by abinash das
Articles By abinash das
୨୦୨୮ ଆମେରିକାର ଲସ୍ ଏଞ୍ଜେଲ୍ସରେ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ
Submitted as: Argus News
୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ଆୟୋଜନ ହେବ ୩୪ତମ ସଂସ୍କରଣ। ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ମୋଟ ୬ଟି ପଦକ ସହ ୭୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ କିନ୍ତୁ ପ୍ୟାରିସ୍ ଅଲମ୍ପିକ୍ସରେ ଜିତିପାରିନି ସ୍ବର୍ଣ୍ଣ ପଦକ। ସୁଟର ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ଉଦଯାପନୀ ଉତ୍ସବରେ ଭାରତର ଜାତୀୟ ପତାକା ଧରିଥିଲେ। ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ୧୨୪ ବର୍ଷ ଅଲମ୍ପିକ୍ସ ଇତିହାସରେ ଭାରତ ଜିତିଛି ୪୧ ପଦକ।(read
entire article)
View : 165 Times
Category : General
ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍
Submitted as: Argus News
ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍। ଅଲମ୍ପିକ୍ସର କ୍ଲୋଜିଙ୍ଗ ସେରିମନିରେ ଚୁମ୍ବନ ଦେଇ ହେଲେ ଟ୍ରୋଲର ଶିକାର। ବାସ୍ତବରେ ପ୍ୟାରିସ ଅଲିମ୍ପିକ୍ସ ବନ୍ଦ ସମାରୋହରେ ଯେତେବେଳେ ଟମ୍ କ୍ରୁଜ୍ ନିଜ ଫ୍ୟାନ୍ସ ମାନଙ୍କ ସହିତ ହାତ ମିଳାଉଥିଲେ ସେତେବେଳେ ଜଣେ ମହିଳା ନିଜ ଫୋନରେ ଭିଡିଓ କରିବା ପାଇଁ ଟମ୍ ଙ୍କ ଗାଲକୁ ଚୁମ୍ବନ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନିନ୍ଦା କରିଛନ୍ତି ଲକ୍ଷ ଲକ୍ଷ ୟୁର୍ଜସ।
ଭିଡିଓ ଭାଇରାଲ ହେବାପରେ ଏବେ ଅନେକ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି କହିଛନ୍ତି। ତାସହିତ ଲିଙ୍ଗଗତ ଭେଦଭାବକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ସମାନ ବ୍ୟବହାର ଜଣେ ସେଲିବ୍ରିଟି ନିଜ ଫ୍ୟାନ ସହିତ କରିଥାନ୍ତା ତାହେଲେ କ'ଣ ହୋଇଥାନ୍ତା ? ମହିଳା ଜଣକ ଟମଙ୍କ ସମ୍ମତି ମାଗିଥିଲେ କି? ଯଦି କୌଣସି ମହିଳା ସେଲିବ୍ରିଟିଙ୍କ ସହିତ ସମାନ ବ୍ୟବହାର ହୋଇଥାନ୍ତା ତାହେଲେ କଣ ସେଠାରେ ଥିବା ଅଡିଏନ୍ସ ଏପରି ଉପଭୋଗ କରିଥାନ୍ତେ? ବରଂ ସେହି ପୁରୁଷ ଜଣଙ୍କୁ ଜିଅନ୍ତା ଜାଳିଦେବାର ବ୍ୟବସ୍ଥା କରିଥାନ୍ତେ, ଏଭଳି ଅନେକ ପ୍ରଶ୍ନ କରି ନିନ୍ଦା କରିଛନ୍ତି ୟୁଜର୍ସ।(read
entire article)
View : 138 Times
Category : General
ପାକିସ୍ତାନ ନୁହେଁ ବାଂଲା ଜଳିବା ପଛରେ ଆମେରିକା ?
Submitted as: Argus News
ବାଂଲାକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ବିରୋଧରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି ଏବଂ ବାଂଲାରେ ଅଶାନ୍ତ ସୃଷ୍ଟି କରିଛି । ଏହାସହ ସେଣ୍ଟ ମାର୍ଟିନ ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତା'ର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।(read
entire article)
View : 182 Times
Category : General
କୋଲେଷ୍ଟ୍ରଲ ହ୍ରାସ କରିବ ଜିରା ଚା
Submitted as: Argus News
ଜିରା ଚା ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ ସୁସ୍ଥ କୋଲେଷ୍ଟ୍ରଲ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଜିରା ଚା ମଧ୍ୟ ସହାୟକ ହୋଇଥାଏ । ଏହା ହୃଦଘାତର ଆଶଙ୍କା ହ୍ରାସ କରିଥାଏ ।(read
entire article)
View : 144 Times
Category : General
କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ
Submitted as: Argus News
କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ । ଆଜି ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସାରାଦେଶରେ ଆନ୍ଦୋଳନ କରାଯାଉଛି । RG କର ମେଡିକାଲ କଲେଜ ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ପାଇଁ ଦାବି ରଖିଛି FORDA । ସେପଟେ ଜୁନିୟର ଡାକ୍ତର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ସହ ଆଜିଠୁ ଜରୁରୀକାଳୀନ ସେବା ବନ୍ଦ ରଖିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛି ଡାକ୍ତର ସଂଘ ।(read
entire article)
View : 169 Times
Category : General
୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା
Submitted as: Argus News
ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ।(read
entire article)
View : 217 Times
Category : General
ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ
Submitted as: Argus News
ଆଳୁ ମହାନାଟକ ଶେଷ କେବେ। ରାଜ୍ୟରେ ନାହିଁ ଶୀତଳ ଭଣ୍ଡାର,୨୪ ବର୍ଷର ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା। ମାତ୍ର ସରୁନି ଆଳୁ ପାଇଁ ମହାନାଟକ। କିନ୍ତୁ ଏହାରି ଭିତରେ ଆଳୁ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଂକଟ । ସମସ୍ୟାର ସମାଧାନ ପାଇଁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କରିଛନ୍ତି ଅନୁରୋଧ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା ବାନାର୍ଜୀ । ଏପଟେ ଆଳୁ ସଙ୍କଟ ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ ବି ଜାରି ରଖିଛନ୍ତି ରାଜ୍ୟ ସରକାର । ନାଫେଡ୍ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ଧିରେ ଧିରେ ଦର ଖସୁଛି। ପୁଣି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି,ଚିନ୍ତା ନ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।(read
entire article)
View : 138 Times
Category : General
ମହୁର ଶୁଦ୍ଧତା ଯାଞ୍ଚ କରିବାର ଉପାୟ
Submitted as: Argus News
ପ୍ରତ୍ୟେକ ଘରେ ମହୁ ବ୍ୟବହାର କରାଯାଏ । ପୂଜା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ମହୁ ବ୍ୟବହାର କରାଯାଏ । ଚିନି ପାଇଁ ଏକ ସୁସ୍ଥ ବିକଳ୍ପ ଭାବରେ ମହୁ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ଚିନି ବଦଳରେ ଆପଣ ବ୍ୟବହାର କରୁଥିବା ମହୁ ଚିନି ଅପେକ୍ଷା ଆପଣଙ୍କ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦି ମହୁ ବାସ୍ତବ ତେବେ ଏହା ଆପଣଙ୍କୁ ଅନେକ ଲାଭ ଦେବ । ତେଣୁ ଆଜି ଆମେ ଆପଣଙ୍କୁ ବ୍ୟବହାର କରିବା ପୂର୍ବରୁ ନକଲି ମହୁ ଚିହ୍ନଟ କରିବା ପାଇଁ କିଛି ପଦକ୍ଷେପ କହିବୁ ।(read
entire article)
View : 161 Times
Category : General
ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା
Submitted as: Argus News
ହେଲମେଟ ପିନ୍ଧି ଅନ୍ୟ ଜଣେ ବାନ୍ଧବି ସହ ଆସି ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା। ଘଟଣା କଣ ବୁଝିବା ପୂର୍ବରୁ ପ୍ରେମିକର ଘରେ ନିଆଁ ଲଗାଇଦେଇଥିଲା ପ୍ରେମିକା। ସ୍ଥାନୀୟ ଲୋକେ ଏବଂ ପ୍ରେମିକର ପରିବାର ଲୋକେ ଜମା ହୋଇ ନିଆଁ ଲିଭାଇବା ସହ ପ୍ରେମିକା ଏକ ତାଙ୍କ ବାନ୍ଧବୀଙ୍କୁ କାବୁ କରିଥିଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତ ରୁକୁଣା ଦେଇପୁର ଗ୍ରାମରେ। ଉଭୟଙ୍କର 4ବର୍ଷର ପ୍ରେମ.. ଏବେ ସେହି ପ୍ରେମକୁ ପ୍ରତାରଣା ଭାବି ସହି ନପାରି ପ୍ରତିଶୋଧ ପାରାୟଣ ହୋଇ ନିଜର ସାଙ୍ଗ ସହିତ ମିଶି ପ୍ରେମିକର ଘରକୁ ନିଆଁ ଲଗାଇ ଦେଇଛି ପ୍ରେମିକା। ଏନେଇ ପ୍ରେମିକର ପରିବାର ପକ୍ଷରୁ ଅଭଯୋଗ ହୋଇଛି ବାସୁଦେବପୁର ଥାନାରେ।(read
entire article)
View : 144 Times
Category : General
କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ
Submitted as: Argus News
କୁହାଯାଏ ଚିନ୍ତା ଏକ ବହୁତ ବଡ ବିପଦ ହୋଇଥାଏ । ସେହିଭଳି ମଣିଷ ନିଜେ କ୍ରୋଧର ନିଆଁରେ ଜଳିଯାଏ । କ୍ରୋଧ ବଢିବା ହେତୁ ଶରୀରର ଅନେକ ଅଙ୍ଗ ଖରାପ ପ୍ରଭାବ ହୁଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ତୁମର କ୍ରୋଧକୁ କିପରି ନିୟନ୍ତ୍ରଣ କରିବେ ।(read
entire article)
View : 145 Times
Category : General

