123ArticleOnline Logo
Welcome to 123ArticleOnline.com!
ALL >> General >> View Article

ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ।

ତେବେ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ଆସିବ ତିନି ରଥ। ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ତାଳଧ୍ବଜ ରଥ ସିଂହଦ୍ବାର ସମ୍ମୁଖକୁ ଆସିବ।

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। ୫ ଦଶନ୍ଧି ପରେ ପଡ଼ିଛି ବିରଳ ସଂଯୋଗ । ଗୋଟିଏ ଦିନରେ ...
... ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି । ତେବେ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ରୁ ୫ଟା ଭିତରେ ଆରମ୍ଭ ହେବ ରଥଟଣା । ସେଦିନ ସୂର୍ଯ୍ୟାସ୍ତ ପରେ ବଡ଼ଦାଣ୍ଡରେ ଅଟକିବ ୩ ରଥ । ସୋମବାର ଅବକାଶ ନୀତି ପରେ ପୁଣି ଗଡ଼ିବ ଗୁଣ୍ଡିଚା ମନ୍ଦିର ଅଭିମୁଖେ । ସେପଟେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଆତୁର ହେଲେଣି କାଳିଆ ସାଆନ୍ତ । ଆଜି ବିଳମ୍ବିତ ରାତିରେ ହେବ ଶ୍ରୀମୁଖ ଶୃଙ୍ଗାର... ବନକଲାଗି ନୀତି।

ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଭଳି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବି ଏକ ପ୍ରମୁଖ ଦିଗ । ଏଥିପାଇଁ ଆଜି ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକ୍ ଡ୍ରିଲ କରିଛନ୍ତି ଯବାନ । ଦଉଡ଼ିରେ ଜିପ୍‌କୁ ଟଣାଯାଇଥିଲା ପୂର୍ବାଭ୍ୟାସ ପାଇଁ । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ୧୮୦ ପ୍ଲାଟୁନ ଫୋର୍ସର ସୁରକ୍ଷା ବ୍ଲାଙ୍କେଟ୍ ଏବଂ AI ଟେକ୍ନୋଲୋଜି ବିଶିଷ୍ଟ ସିସିଟିଭି କ୍ୟାମେରା ନଜରରେ ରହିବ ଶ୍ରୀକ୍ଷେତ୍ର । ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ତିନି ଠାକୁରଙ୍କ ତିନି କର୍ଡନ ଦାୟିତ୍ବରେ ମୁତୟନ ହେବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ CRPF ଓ ୮ଟି SOG ଟିମ୍ । ଦୁଇ ଅତିରିକ୍ତ ଡିଜିଙ୍କ ସହ କମାଣ୍ଡାଟ ଓ ଡିଆଇଜି ରାଙ୍କର ଅଧିକାରୀ ନିୟୋଜିତ ରହିବେ । ଆସନ୍ତାକାଲି ରାତିରୁ ଟ୍ରାଫିକ କଟକଣା ଲାଗୁହେବ । ସିସିଟିଭି କ୍ୟାମେରା ବ୍ଲାଇଣ୍ଡ ସ୍ପଟ୍ ଗୁଡ଼ିକ ଉପରେ ନଜର ରଖିବ ଡ୍ରୋନ୍ । ଏଥିସହ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ରଥଯାତ୍ରା-୨୦୨୪ ମୋବାଇଲ୍ ଆପ୍ ଏବଂ ଟ୍ରାଫିକ ରୁଟ୍ ସୂଚନା ପାଇଁ QR କୋଡ୍ ଭଳି ଆଧୁନିକ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 220Word Count: 275See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: