123ArticleOnline Logo
Welcome to 123ArticleOnline.com!
ALL >> General >> View Article

ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର । କାରଣ ଗୁରୁତ୍ଵପୂର୍ଣ୍ଣ ଗର୍ଭାଶୟ କର୍କଟ ବା ସର୍ଭାଇକାଲ୍ କ୍ୟାନସର ଉପରେ ସୁଧା ମୁର୍ତ୍ତି ଗୁରୁତ୍ୱାରୋପ କରିଛନ୍ତି । ଏହାସହ ରୋକଠୋକ କହିଛନ୍ତି, ଗୃହରେ କେମିତି ଅଭିଭାଷଣ ରଖାଯାଏ ମତେ ଜଣାନାହିଁ । ହେଲେ ମୋ ପରି ସାଧାରଣ ମହିଳାଙ୍କୁ ରାଜ୍ୟସଭା ପରି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ପ୍ରଧାନମନ୍ତ୍ରୀ ମନୋନୀତି ...
... କରିଥିବାରୁ ତାଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।

ତେବେ ରାଜ୍ୟସଭାରେ ମହିଳାଙ୍କ କଥା ଉଠାଇ ସୁଦ୍ଧା କହିଛନ୍ତି, ପୁରାଣରେ ଲେଖା ଅଛି "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା" ଅର୍ଥାତ ନାରୀମାନଙ୍କୁ ଯେଉଁଠି ପୂଜା କରାଯାଏ ବା ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଆଯାଇଥାଏ ସେଠାରେ ଦେବତାମାନେ ବାସ କରନ୍ତି । ମହିଳାମାନେ ନିଜକୁ ଭୁଲି ଯାଉଛନ୍ତି । ଘରେ ପ୍ରତ୍ୟେକଟି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁ କରୁ ସେ ନିଜକୁ ଅବହେଳା କରୁଛନ୍ତି । ହେଲେ ସେମାନଙ୍କ ପାଇଁ କିଛି କରିବାର ସମୟ ଆସିଛି, କରିବାକୁ ହିଁ ପଡ଼ିବ ।

ଏହାସହ ସୁଧା କହିଛନ୍ତି, ବର୍ତ୍ତମାନ ସମୟରେ ମହିଳାଙ୍କଠାରେ ଗର୍ଭାଶୟ କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଅଳ୍ପ ବୟସର ଝିଅମାନେ ଗର୍ଭାଶୟ କର୍କଟ ଟିକା ପାଇବା ଉଚିତ୍ । 9-14 ବର୍ଷ ବୟସର ବାଳିକାମାନଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । ଆମର ସାମାଜିକ ବ୍ୟବସ୍ଥା ଏପରି ଯେ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେ କ୍ଷେତ୍ରରେ ମହିଳାମାନେ ଏହି ରୋଗ ବିଷୟରେ ଜାଣିବେ କେମିତି ? ଆଉ ଯେତେବେଳେ ଏ ବିଷୟରେ ଜଣାପଡେ ସେତେବେଳେ କ୍ୟାନସରର ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜ୍ ହୋଇଯାଇଥାଏ । ଆଉ ତାଙ୍କୁ ବଞ୍ଚାଇବା ମୁସ୍କିଲ୍ ହୋଇପଡେ । ସେଥିପାଇଁ ଏବେଠୁ ହିଁ ଟୀକାକରଣ ବ୍ୟବସ୍ଥା କରାଗଲେ ଆମେ ଏଥିରେ ରୋକ୍ ଲଗାଇପାରିବା । ଏହି କଥାରେ ରାଜ୍ୟସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତାଳି ମାରିଥିଲେ।

ତେବେ ସୁଧାଙ୍କ ଏହି ଅଭିଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଲୋକମାନେ ତାଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସବୁବେଳେ ନିଜ simplicityରେ ଖୁବ ବଡ କଥା କହିଥାନ୍ତି ସୁଧା ମୂର୍ତ୍ତି । ଯେଉଁଥିବା ପାଇଁ ତାଙ୍କ ଭାଷଣ ଶୁଣିବାକୁ ସବୁ ବର୍ଗର ଲୋକେ ରୁଚି ରଖନ୍ତି । ଦୈନନ୍ଦୀନ ଜୀବନରେ ଘଟୁଥିବା କିଛି ଘଟଣାକୁ ସେ ଏମିତି ଭାବରେ ଉପସ୍ଥାପନ କରନ୍ତି ଯେ କେହି ବି ଚିନ୍ତା କରିବାକୁ ବାଧ୍ୟ ହେବ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 160Word Count: 278See All articles From Author

Add Comment

General Articles

1. Osed Certification: Your Guide To Offensive Security Exploit Development And Online Training
Author: Passyourcert

2. Watershed Builders
Author: Watershed Builders

3. Best Diwali Gift Hampers To Celebrate The Festival
Author: Sumitsharma

4. Complete Guide To Bsc Courses, Specializations & Career Scope
Author: Vishal Yadav

5. Black Magic Specialist In Kuvempunagar Mysore
Author: Seoprojects295

6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari

7. How To Choose The Right Accountants In Liverpool For Your Small Business
Author: Nick Hughes

8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape

9. Largest Hotel Chains Revenue Leakage Protection Intelligence
Author: Travel Scrape

10. Negocio Pruvit México: Conoce La Oportunidad De Emprender
Author: michellumb44

11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica

12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma

13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI

14. A Child's Health Begins With Their Mother's: The Importance Of Maternal Health
Author: Sima

15. Coach Number 13 – डिब्बा नंबर 13 का यात्री
Author: Divem Sharma

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: