ALL >> General >> View Article
ନିଜର କେଶ ପାଇ ଏଭଳି କହିଲେ ହିନା ଖାନ..

ଅର୍ଗସ ବ୍ୟୁରୋ: ଖୁସିରେ ଅଛନ୍ତି ଅଭିନେତ୍ରୀ ହିନା ଖାନ। ତାଙ୍କ ଖୁସିର କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ। ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଲାଗି ଚିକିତ୍ସିତ ହେଉଥିବା ଅଭିନେତ୍ରୀ ହିନା ଖାନ୍ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏହାର ଭିଡିଓ ସେୟାର କରିଛନ୍ତି। ନିଜର ହଜେଇଥିବା କେଶ ଫେରି ପାଇଛନ୍ତି ହିନା ଖାନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଯେଉଁ କେଶ କାଟି ଲଣ୍ଡା ହୋଇଯାଇଥିଲେ ହିନା ଖାନ, ସେହି କେଶ ଫେରିପାଇଛନ୍ତି।'ୟେ ରିସ୍ତା କ୍ୟା କେହଲାତା ହୈ' ଟିଭି ଶୋ ଲାଗି ହିନା ଦର୍ଶକୀୟ ଆଦୃତି ପାଇଥିଲେ। ...
... ସେ ମଧ୍ୟ 'ଖତରୋଁ କେ ଖିଲାଡି ସିଜନ୍-୮' ଓ 'ବିଗବସ୍-୧୧' ଭଳି ଟିଭି ରିଆଲିଟି ଶୋରେ ଭାଗ ନେଇଥିଲେ। ଗତ ମାସରେ ହିନା ଏକ ଭିଡିଓ ଶେୟାର କରିଥିଲେ। ସେଥିରେ ତାଙ୍କୁ ନିଜ କେଶ କାଟୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ସେ ଏକ ଦୀର୍ଘ ବାର୍ତ୍ତା ଲେଖି ସେଥିରେ କେଶରୁ ଏକ ଓ୍ୱିଗ୍ କରିବାକୁ ଯୋଜନା କରୁଥିବା ଦର୍ଶାଥିଲେ।
ହିନା ଖାନ ଏକ ଓ୍ୱିଗ୍ ପିନ୍ଧିଥିବା ଦେଖିବାକୁ ମିଳୁଛି। ସବୁଠୁ ବଡ କଥା ହେଲା ସେହି ଓ୍ୱିଗ୍ ତାଙ୍କ ନିଜ କେଶରେ ତିଆରି। ସ୍ତନ କର୍କଟରେ ପୀଡିତ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବା ଲାଗି ଭିଡିଓର କ୍ୟାସନରେ ହିନା ଏକ ଦୀର୍ଘ ବାର୍ତ୍ତା ଲେଖିଛନ୍ତି। ହିନା କହିଛନ୍ତି, ମୋତେ କର୍କଟ ହୋଇଥିବା ନେଇ ସାମ୍ନାକୁ ଆସିବା ପରେ ମୋର କେଶ ଝଡିଯିବ ବୋଲି ଜାଣିଥିଲି। ତେଣୁ କେଶ ଦୀର୍ଘ, ସୁସ୍ଥ ଥିବା ଅବସ୍ଥାରେ ମୋ ନିଜ ହିସାବରେ ତାକୁ କାଟିଦେଲି। ସେହି କେଶରୁ ଏକ ଓ୍ୱିଗ କରିବାକୁ ମୁଁ ନିଷ୍ପତ୍ତି ନେଲି ଯାହାକି ମୋତେ ଏହି ଆହ୍ୱାନଭରା ସମୟରେ ଆରାମ ଦେବ। ଏହା ଏକ ସଶକ୍ତ ନିଷ୍ପତ୍ତି ଥିଲା ବୋଲି ମୁଁ କହିବି। ଏଥିନେଇ ମୁଁ ଗର୍ବ କରୁଛି।
ସମାନ ସଂଘର୍ଷ ଦେଇ ଯାଉଥିବା ସବୁ ସାହସୀ ମହିଳାଙ୍କୁ ମୁଁ ଏହି ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି ଆପଣମାନେ ମୋର ନିଷ୍ପତ୍ତି ସହ ସହମତ ତେବେ ସମାନ କାମ କରିବାକୁ ଆପଣଙ୍କୁ ମୁଁ ପରାମର୍ଶ ଦେବି। ଏହାଦ୍ୱାରା ଅତି କମରେ ଗୋଟିଏ ଜିନିଷ ଆପଣମାନଙ୍କ ଲାଗି ସହଜ ହୋଇଯିବ ଏବଂ ଆପଣମାନେ ଆରାମ ଅନୁଭବ କରିବେ। ମୁଁ ଏହି ଓ୍ୱିଗକୁ ପିନ୍ଧିବା ପରେ କୌଣସି ପ୍ରକାରେ ନିଜର କେଶ ମୋତେ ପୁଣି ମିଳିଯାଇଥିବା ଭଳି ଅନୁଭବ କରୁଛି। ଏହା କେବଳ ଏକ ପର୍ଯ୍ୟାୟ। ଏହି ପର୍ଯ୍ୟାୟ ଦେଇ ଯିବାକୁ ହେବ ବୋଲି ମୁଁ ଆଗରୁ ଜାଣିଥିଲି। ତେଣୁ ପରିସ୍ଥିତିକୁ ସାମାନ୍ୟ କରିବାକୁ ନିଜ ତରଫରୁ ନିଷ୍ପତ୍ତି ନେଇଥିଲି।
ବର୍ତ୍ତମାନ ମୁଁ ଏହାକୁ ବ୍ୟବହାର କରୁଥିବାବେଳେ ଆପଣମାନଙ୍କ ସହ ଶେୟାର କରିବାକୁ ଏହା ଏକ ଭଲ କାହାଣୀ ହେବ ବୋଲି ଭାବିଲି। ତେବେ ହିନା ଖାନ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି, ଏଭଳି ସମୟରେ ସେ ନିଜେ ଏତେ ଷ୍ଟ୍ରଙ୍ଗ ହୋଇ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. How Solicitors In Craigavon Handle Property DisputesAuthor: Jph Law
2. Car Suspension Repair Dubai – Drive Smooth, Stay Safe
Author: James
3. Top Choice For Apple Ipad Repair Dubai – Fast, Reliable, And Affordable
Author: James
4. Best Fan Designs By Industry – Id And Fd Fans
Author: Neel Rao
5. Chand Par Shayari In Hindi
Author: Banjit
6. British And Irish Lions Face Fitness Fears Before Brisbane Test
Author: eticketing.co
7. What Are A4-70 Bolts And Why Are They Important?
Author: Dalloyed Fastners
8. Is Apache Superset Right For You? 5 Alternatives To Consider
Author: Vhelical
9. Redash Alternative For Data Visualization
Author: Vhelical
10. Nfl Games: Chiefs-chargers Clash Amid Cbs Uncertainty
Author: eticketing.co
11. Ai-powered Affiliate Funnels? Fusion Ai 2025 Review Exposes The Truth
Author: Joshua thomson
12. Looking For A Nursery In Rolla Sharjah? Visit Bumble Bee Nursery Today!
Author: sharjah
13. Platinum 1000 l Stainless Steel Tank For Ro Water Storage: Pure, Safe & Durable
Author: amalagrawal
14. Best Double Meaning Shayari With Images
Author: Banjit
15. The Highwaymen’s Journey Through Time: From Roadside Paintings To Museum Walls
Author: Highwaymen Art Specialists