ALL >> General >> View Article
ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...pmଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର
ଅର୍ଗସ ବ୍ୟୁରୋ: ସଫଳତା ପରେ ଅଟକି ଯାଅନି, ବିଫଳତା ପରେ ହତାଶ ବି ହୁଅନି । ଅଭ୍ୟାସ ଜାରି ରଖ, ପରିଶ୍ରମ କରି ଚାଲ । ସଫଳତା ଆପେ ଆପେ ଆସିବ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଭେଟି ଏମିତି କିଛି ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି । ସମସ୍ତଙ୍କ ସହ ଆଲୋଚନା କଲେ, ପିଠି ଥାପୁଡ଼େଇ ସାବାସୀ ଦେଲେ, ପ୍ରେରଣା ଯୋଗାଇଲେ । ଗୁରୁବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅଲିମ୍ପିଆନମାନଙ୍କ ସହ ସାକ୍ଷାତର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢ଼ାଇଛନ୍ତି ...
... ମୋଦି । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।
ସେହିପରି ରେସଲର ଅମାନ ଶେରାୱତ ଏବଂ ହକି ଲିଜେଣ୍ଡ ପିଆର୍ ଶ୍ରୀଜେଶ ପ୍ରଧାନମନ୍ତ୍ରୀଙ୍କୁ ଜର୍ସି ଦେଇଥିଲେ । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିଲା । ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ତାଙ୍କ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ । ସଟଲ୍ ସେନସେସନ ଲକ୍ଷ୍ୟ ସେନ ପିଏମ୍ ମୋଦିଙ୍କୁ ଦେଇଥିଲେ ଏକ ରାକେଟ୍ ଉପହାର ।
ଖେଳାଳିମାନଙ୍କ ଠାରୁ ଅଲିମ୍ପିକ୍ସର ଅନୁଭୂତି ପଚାରି ବୁଝିଥିଲେ ପିଏମ୍ । ବିଶେଷ କରି ହକି ଖେଳାଳି ୫୨ ବର୍ଷ ପରେ ଦୋହରାଇଥିବା କାରନାମାକୁ ହୃଦୟଖୋଲା ପ୍ରଶଂସା କରିଛନ୍ତି । ଭିନେଶ ଫୋଗଟଙ୍କ ସଫଳତାକୁ ପ୍ରଶଂସା କରିବା ସହ ଫାଇନାଲରେ ପହଞ୍ଚି ସେ ଇତିହାସ ରଚିଥିବା କହିଛନ୍ତି ମୋଦି ।
ସେପଟେ ପ୍ୟାରିସରେ କମାଲ କରି ଓଡ଼ିଶା ଫେରିଛନ୍ତି ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡ଼ା ଓ ଉପଢୌକନ ଦେଇ ଅଭ୍ୟର୍ଥନା କରିଛନ୍ତି । ଏହି ଅବସରରେ ଅମିତ ରୋହିଦାସ ମଧ୍ୟ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ଏବଂ ପ୍ୟାରିସରୁ ଆଣିଥିବା ମାସ୍କଟକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଅମିତ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ଆଉ ଅଲିମ୍ପିକ୍ସରେ ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଥିସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଦେବେ ମୋହନ ସରକାର ।
ଆହୁରି ପଢନ୍ତୁ କ୍ରୀଡା ଖବର...
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Allzone Management Services: Transforming Medical Billing & Revenue Cycle Management For Healthcare ProvidersAuthor: Allzone Management Service
2. What Is The Future Of The Osgood-schlatter Market? Key Insights & Growth Outlook
Author: siddhesh
3. Things To Do In Waikiki, Honolulu, Hawaii: A Tropical Paradise Awaits
Author: Katie Law
4. Top 10 Key Players Transforming The Quaternary Ammonium Salts Disinfectant Market
Author: siddhesh
5. Wprofessional House Party Catering Services Make Parties More Organised, Calmhat To Expect From Professional House Party Catering: Service Walkthrough
Author: Arjun
6. Reddybook — Where Digital Simplicity Meets Smart Experience
Author: reddy book
7. How To Select The Right Channel Straightening Machines Manufacturer In India
Author: ravina
8. Global Microarray Analysis Market Trends: Genomics Research Driving Market Expansion
Author: siddhesh
9. Role Of A Software Development Company India In Custom Software Development For Scaling Businesses
Author: michaeljohnson
10. Reddybook — A Fresh Perspective On Digital Knowledge And Growth
Author: reddy book
11. Rising Gi Disorders Driving The Malabsorption Syndrome Market Worldwide
Author: siddhesh
12. Reddybook1.ac — A Smart Platform For Digital Exploration
Author: reddy book
13. Complete Guide To Tripindi Shradh, Kumbh Vivah Puja & Kaal Sarp Puja At Trimbakeshwar
Author: Narayan Shastri Guruji
14. Helical Insight The Right Enterprise Bi Software For Your Organization
Author: Vhelical
15. Next-gen Therapies Redefining The Eye Infections Treatment Market
Author: siddhesh






