123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...pmଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସଫଳତା ପରେ ଅଟକି ଯାଅନି, ବିଫଳତା ପରେ ହତାଶ ବି ହୁଅନି । ଅଭ୍ୟାସ ଜାରି ରଖ, ପରିଶ୍ରମ କରି ଚାଲ । ସଫଳତା ଆପେ ଆପେ ଆସିବ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଭେଟି ଏମିତି କିଛି ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି । ସମସ୍ତଙ୍କ ସହ ଆଲୋଚନା କଲେ, ପିଠି ଥାପୁଡ଼େଇ ସାବାସୀ ଦେଲେ, ପ୍ରେରଣା ଯୋଗାଇଲେ । ଗୁରୁବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅଲିମ୍ପିଆନମାନଙ୍କ ସହ ସାକ୍ଷାତର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢ଼ାଇଛନ୍ତି ...
... ମୋଦି । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।

ସେହିପରି ରେସଲର ଅମାନ ଶେରାୱତ ଏବଂ ହକି ଲିଜେଣ୍ଡ ପିଆର୍‌ ଶ୍ରୀଜେଶ ପ୍ରଧାନମନ୍ତ୍ରୀଙ୍କୁ ଜର୍ସି ଦେଇଥିଲେ । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିଲା । ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ତାଙ୍କ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ । ସଟଲ୍ ସେନସେସନ ଲକ୍ଷ୍ୟ ସେନ ପିଏମ୍ ମୋଦିଙ୍କୁ ଦେଇଥିଲେ ଏକ ରାକେଟ୍ ଉପହାର ।

ଖେଳାଳିମାନଙ୍କ ଠାରୁ ଅଲିମ୍ପିକ୍ସର ଅନୁଭୂତି ପଚାରି ବୁଝିଥିଲେ ପିଏମ୍ । ବିଶେଷ କରି ହକି ଖେଳାଳି ୫୨ ବର୍ଷ ପରେ ଦୋହରାଇଥିବା କାରନାମାକୁ ହୃଦୟଖୋଲା ପ୍ରଶଂସା କରିଛନ୍ତି । ଭିନେଶ ଫୋଗଟଙ୍କ ସଫଳତାକୁ ପ୍ରଶଂସା କରିବା ସହ ଫାଇନାଲରେ ପହଞ୍ଚି ସେ ଇତିହାସ ରଚିଥିବା କହିଛନ୍ତି ମୋଦି ।

ସେପଟେ ପ୍ୟାରିସରେ କମାଲ କରି ଓଡ଼ିଶା ଫେରିଛନ୍ତି ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡ଼ା ଓ ଉପଢୌକନ ଦେଇ ଅଭ୍ୟର୍ଥନା କରିଛନ୍ତି । ଏହି ଅବସରରେ ଅମିତ ରୋହିଦାସ ମଧ୍ୟ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ଏବଂ ପ୍ୟାରିସରୁ ଆଣିଥିବା ମାସ୍କଟକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଅମିତ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ଆଉ ଅଲିମ୍ପିକ୍ସରେ ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଥିସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଦେବେ ମୋହନ ସରକାର ।

ଆହୁରି ପଢନ୍ତୁ କ୍ରୀଡା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 722Word Count: 295See All articles From Author

Add Comment

General Articles

1. Why Crane Rental Near Me Drives Project Success
Author: ADVAN

2. How To Set Up Roadrunner Email Not Working In Microsoft Outlook?
Author: oliviadey

3. How Visual Consistency Boosts Customer Loyalty
Author: Mamun

4. Paragliding Course In Bir Billing: What Makes Bir Billing A Popular Training Destination In India
Author: Arzoo Chaudhary

5. Understanding Insurance Coverage For Physiotherapy
Author: Oakville Physiotherapy Centre

6. Online Ba: A Flexible Path To Undergraduate Education
Author: SARAN B

7. What To Ask Before Booking A Best Dermatologist Clinic In Arekere
Author: Arzoo Chaudhary

8. Data Analyst Methods For Understanding Mumbai’s Housing Market Data
Author: Nirmal

9. Scrape Travel Data For Alternative Investment Research
Author: Travel scrape

10. Pharmaceutical Labels Printing | Pharmaceutical Labels Manufacturers
Author: 3p Label

11. Top Abortion Clinics Near Me: Private & Trusted Abortion Clinic Services
Author: clinicabortion

12. Hft Trading Bot Development For Businesses Building Automated Trading Systems
Author: Ryan

13. Railway Food Ordering Data Intelligence For Delhi
Author: Actowiz Metrics

14. Smart Home Installer Services For Security, Comfort, And Convenience
Author: marketing

15. How To Clean And Maintain Your Dog Harness For Long-term Use
Author: Damon Cathlic

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: