ALL >> General >> View Article
କମଳା ପୂଜାରୀ; ଅସାଧାରଣ ବ୍ୟକ୍ତିତ୍ୱ, ଅତୁଳନୀୟ ଅବଦାନ
ଅର୍ଗସ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ । ଆଦିବାସୀ ଇଲାକାରେ ଜନ୍ମ ହୋଇଥିଲେ ସତ । ହେଲେ ତାଙ୍କ କୃତିତ୍ୱ ଥିଲା ଉଚ୍ଚକୋଟୀର । ଯେଉଁଥିପାଇଁ ସେ ଖାଲି ଆମ ଦେଶରେ ନୁହନ୍ତି ବରଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସମ୍ମାନିତ ହୋଇଥିଲେ । ନିଜର ଜୈବିକ କୃଷି ପଦ୍ଧତି ପାଇଁ ସେ ବେଶ ପରଚିତ । ନିଜ ରୁଚିରେ ସେ ବିଭିନ୍ନ କିସମର ଧାନ ସଂରକ୍ଷଣ କରି ରଖିବାରେ ସଫଳ ହୋଇଥିଲେ ।
ଲୋପ ପାଇ ଯାଉଥିବା ବିଭିନ୍ନ ସ୍ବଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରିପାରିଥିଲେ । ପ୍ରାୟ 100 ରୁ ଉର୍ଦ୍ଧ୍ୱ ଦେଶୀ ବିହନ ସଂରକ୍ଷଣ ...
... କରି ଲୋକ ଲୋଚନକୁ ଆସିଥିଲେ । ଯେଉଁଥିପାଇଁ 2019 ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ "ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡରେ" ସମ୍ମାନିତ କରାଯାଇଥିଲା । ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ "କୃଷି ବିଶାରଦ" ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିପରି ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।
ଭଳିକି ଭଳି ଧାନ ଯେମିତି କି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ, ବରପକ, ବିଲେନ, ଫୁରା, ଘଣ୍ଟିଆ ଧାନ, ହଳଦୀଗୁରି, ଉମୁରିଆଚୁରୀ, ଗଣ୍ଠିଆ, ବଡ଼ିକାବରୀ, ଲଲାଟ ପ୍ରଭୃତି ଧାନ ସେ ସଂରକ୍ଷଣ କରି ରଖିପାରିଛନ୍ତି ।
କେବଳ ଏତିକି ନୁହେଁ କମଳା ପୂଜାରୀ ନାରୀ ସଶକ୍ତିକରଣ ଦିଗରେ କାମ କରିଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ନିଜ ଗାଁର 21 ଜଣ ମହିଳାଙ୍କୁ ନେଇ "ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି" ନାମକ ଏକ ସଂଘ ଗଠନ କରିଥିଲେ । ଯେଉଁମାନେ ବନ ସୁରକ୍ଷା ଦିଗରେ କାମ କରୁଥିଲେ । ସେ ଜୟପୁରସ୍ଥିତ ଏମ୍ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫଉଣ୍ଡେସନରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ ।
ତେବେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । ଶେଷରେ ଆଜି ସକାଳୁ ଆଖିବୁଜିଛନ୍ତି ।
କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଦେଖିବାକୁ ଖୁବ ସାଧା ସିଧା ଓ ସରଳ ଚେହେରା ମଧ୍ୟରେ ସେ କରିଯାଇଥିବା କାମକୁ କେହି ଭୁଲି ପାରିବେ ନାହିଁ ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






