ALL >> General >> View Article
କମଳା ପୂଜାରୀ; ଅସାଧାରଣ ବ୍ୟକ୍ତିତ୍ୱ, ଅତୁଳନୀୟ ଅବଦାନ
ଅର୍ଗସ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ । ଆଦିବାସୀ ଇଲାକାରେ ଜନ୍ମ ହୋଇଥିଲେ ସତ । ହେଲେ ତାଙ୍କ କୃତିତ୍ୱ ଥିଲା ଉଚ୍ଚକୋଟୀର । ଯେଉଁଥିପାଇଁ ସେ ଖାଲି ଆମ ଦେଶରେ ନୁହନ୍ତି ବରଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସମ୍ମାନିତ ହୋଇଥିଲେ । ନିଜର ଜୈବିକ କୃଷି ପଦ୍ଧତି ପାଇଁ ସେ ବେଶ ପରଚିତ । ନିଜ ରୁଚିରେ ସେ ବିଭିନ୍ନ କିସମର ଧାନ ସଂରକ୍ଷଣ କରି ରଖିବାରେ ସଫଳ ହୋଇଥିଲେ ।
ଲୋପ ପାଇ ଯାଉଥିବା ବିଭିନ୍ନ ସ୍ବଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରିପାରିଥିଲେ । ପ୍ରାୟ 100 ରୁ ଉର୍ଦ୍ଧ୍ୱ ଦେଶୀ ବିହନ ସଂରକ୍ଷଣ ...
... କରି ଲୋକ ଲୋଚନକୁ ଆସିଥିଲେ । ଯେଉଁଥିପାଇଁ 2019 ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ "ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡରେ" ସମ୍ମାନିତ କରାଯାଇଥିଲା । ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ "କୃଷି ବିଶାରଦ" ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିପରି ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।
ଭଳିକି ଭଳି ଧାନ ଯେମିତି କି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ, ବରପକ, ବିଲେନ, ଫୁରା, ଘଣ୍ଟିଆ ଧାନ, ହଳଦୀଗୁରି, ଉମୁରିଆଚୁରୀ, ଗଣ୍ଠିଆ, ବଡ଼ିକାବରୀ, ଲଲାଟ ପ୍ରଭୃତି ଧାନ ସେ ସଂରକ୍ଷଣ କରି ରଖିପାରିଛନ୍ତି ।
କେବଳ ଏତିକି ନୁହେଁ କମଳା ପୂଜାରୀ ନାରୀ ସଶକ୍ତିକରଣ ଦିଗରେ କାମ କରିଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ନିଜ ଗାଁର 21 ଜଣ ମହିଳାଙ୍କୁ ନେଇ "ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି" ନାମକ ଏକ ସଂଘ ଗଠନ କରିଥିଲେ । ଯେଉଁମାନେ ବନ ସୁରକ୍ଷା ଦିଗରେ କାମ କରୁଥିଲେ । ସେ ଜୟପୁରସ୍ଥିତ ଏମ୍ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫଉଣ୍ଡେସନରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ ।
ତେବେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । ଶେଷରେ ଆଜି ସକାଳୁ ଆଖିବୁଜିଛନ୍ତି ।
କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଦେଖିବାକୁ ଖୁବ ସାଧା ସିଧା ଓ ସରଳ ଚେହେରା ମଧ୍ୟରେ ସେ କରିଯାଇଥିବା କାମକୁ କେହି ଭୁଲି ପାରିବେ ନାହିଁ ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. How To Choose The Best Pest Control Service In Mahavir NagarAuthor: bdean
2. Grocery Data Compliance Scraping: What's Public And What's Not When Collecting Grocery Information?
Author: food data scrape
3. Natural Stone Driveways: Why They Are Becoming The Preferred Choice
Author: WorldWide Stone
4. Tinder Clone Script: Everything Entrepreneurs Need
Author: Migrateshop
5. Car Denting Painting Bhopal – Dent Removal, Scratch Repair And Repainting
Author: Vehicle Solution Bhopal
6. John Labunski Dallas Retirement Planning Strategies For Life
Author: John Labunski
7. How Staff Augmentation And Mobile App Development Help Businesses Build Scalable Digital Solutions
Author: Jessica Williams
8. Gmp Plant Setup And Upgradation Services Worldwide: A Complete Guide
Author: zenovel pharma
9. Instagram Profile Picture Size: The Complete Guide
Author: Best pva accounts
10. Ai In Children’s Education: Benefits, Challenges, And The Future Of Learning
Author: B.K Birla School
11. Fasteners Manufacturer And Supplier In India: Types, Uses & Buying Guide
Author: Vintex Steel
12. Grow Your Homestay Business Online With Staywithus
Author: saasAro
13. Experience Heritage And Culture With Hr Hotels & Resorts
Author: saasAro
14. How Material Handling Equipment Improves Workplace Safety
Author: Sima
15. Découvrir Le Rajasthan Et Le Taj Mahal Avec Une Agence De Voyage Spécialisée
Author: UTTAM






