ALL >> General >> View Article
ଆସିଲା ନୂଆ ମେସିନ୍, ବଟନ୍ ପ୍ରେସ କଲେ ଜୀବନ ଚାଲିଯିବ
ଅର୍ଗସ ବ୍ୟୁରୋ: ଇଚ୍ଛା ମୃତ୍ୟୁ । ଅର୍ଥାତ୍ ଯେବେ ଜୀବନ ହାରିବାକୁ ଇଚ୍ଛା ହେବ । ଅବଶ୍ୟ ଏନେଇ ଅନେକ ଆଇନକାନୁନ ରହିଛି । କେଉଁ ଦେଶରେ ଏହା ଆଇନ ସମ୍ମତ ହୋଇଥିବା ବେଳେ କେଉଁଠି ଆଇନ ଏହାକୁ ସ୍ଵୀକୃତ ଦେଉନାହିଁ । ଆଉ ଏହାରି ଭିତରେ ଇଚ୍ଛା ମୃତ୍ୟୁକୁ ନେଇ ଏକ ମେସିନ ଆସିଥିବା ଜଣାପଡିଛି । ଯାହାକୁ ନେଇ ଚର୍ଚ୍ଚା ଜୋର । କାରଣ ଇଏ ଏମିତି ଏକ ମେସିନ ଯାହାର ସ୍ଵଚ୍ ଦବାଇବା ମାତ୍ରେ ଆପଣଙ୍କ ଜୀବନ ଚାଲିଯିବ ।
ବିଜ୍ଞାନ ବହୁତ ଆଗକୁ ଗଲାଣି। ଏତେ ଆଗକୁ କି ଦିନକୁ ଦିନ ଏପରି ଅଭୂତ ଜିନିଷର ଉଭ୍ଭାବନ ହେଉଛି ଶୁଣିଲେ ବିଶ୍ବାସ ହେବନାହିଁ। ...
... ସେହିପରି ଏକ ନୂଆ ଉଭ୍ଭାବନ ହେଉଛି ଇଛା ମୃତ୍ୟୁର ମେସିନ। ଏହି ମେସିନରେ ଏଣିକି ଯିଏ ମରିବାକୁ ଚାହିଁବ ସିଏ ସହଜରେ ମରିପାରିବ। ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବରେ ସ୍ଵିଜରଲାଣ୍ଡରେ ପ୍ରଥମ ଥର ପାଇଁ ଏପରି ଏକ ମେସିନ କରାଯାଇଛି ଯେଉଥିରେ ବାସ୍ କେବଳ ଏକ ବଟନ ଦବାଇଲେ ଜୀବନ ଚାଲିଯିବ।
ଏହି ମେସିନ ହେଉଛି ସର୍କୋ କ୍ୟାପ୍ସୁଲ୍ ।୨୦୧୯ରେ ଏହା ତିଆରି କରାଯାଇଥିଲା ଆଉ ଖୁବ୍ ଶିଘ୍ର ଏହା ପ୍ରଥମ ଥର ପାଇଁ ବ୍ୟବହାର କରାଯିବ। ତେବେ ଏହି ମେସିନରେ କେମିତି ଜଣେ ଇଛା ମୃତ୍ୟୁ ପାଇବ ?କଣ ରହିଛି ଏହାର ପ୍ରଣାଳୀ ଜାଣନ୍ତୁ। ବଟନ୍ ପ୍ରେସ କରିବା ମାତ୍ରେ ମେସିନ ଭିତରେ ଅମ୍ଳଜାନ ଯବକ୍ଷାରଜାନରେ ପରିଣତ ହୋଇଯାଏ ଫଳରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। କିନ୍ତୁ ବଟନ୍ ପ୍ରେସ କରିବା ପୂର୍ବରୁ ମେସିନ କିଛି ପ୍ରଶ୍ନ ପଚାରିବ ଯେମିତିକି ଆପଣ କିଏ ଏବଂ କେଉଁଠି ଅଛନ୍ତି ଜାଣିଛନ୍ତି? ତାସହିତ ବଟନ୍ ଦବାଇଲେ କ’ଣ ହେବ ଆପଣ ଅବଗତ ଅଛନ୍ତି ତ? ଯଦି ହଁ ତାହେଲେ ଏହି ବଟନ୍ ଦବାନ୍ତୁ। ଥରେ ବଟନ୍ ଦବାଇଲେ ମାତ୍ର ୩୦ ସେକେଣ୍ଡ ଭିତରେ ପ୍ରୋସେସରରେ ଅମ୍ଳଜାନ ସ୍ତର ୨୦ ପ୍ରତିଶତରୁ ୦.୦୫ ପ୍ରତିଶତକୁ ଖସିଯିବ। ଆଉ ଅମ୍ଳଜାନ ସ୍ତର ହ୍ରାସ ହେବା ମାତ୍ରେ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ରହିବ ତାପରେ ଜୀବନ ଚାଲିଯିବ। ଥରେ ବଟନ୍ ଦବାଇଲେ ଆଉ ଏହାକୁ ଫେରାଇ ନିଆଯାଇପାରିବ ନାହିଁ ବୋଲି ସର୍କୋର ଉଦ୍ଭାବକ ଫିଲିପ୍ ନିଟ୍ସ୍କେ କହିଛନ୍ତି।
ସ୍ୱିଜରଲ୍ୟାଣ୍ଡରେ ଏହି ମେସିନ ବ୍ୟବହାର କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ, କାରଣ ସେଠାକାର ଆଇନ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥାଏ। ଲାଷ୍ଟ ରିସୋର୍ଟ ସଂଗଠନ କହିଛି ଖୁବ୍ ଶୀଘ୍ର ସରକୋ ବ୍ୟବହାର କରାଯିବ କିନ୍ତୁ କିଏ ରହିବ ପ୍ରଥମ ବ୍ୟକ୍ତି ସେନେଇ ବର୍ତ୍ତମାନସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କୌଣସି ନିର୍ଜନ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନରେ ସର୍କୋ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. India's Workforce Has The Lowest Formal Vocational Training Among Major EconomiesAuthor: Chaitanya kumari
2. Water Damage In Toronto: Steps To Protect Your Property
Author: expertcleantips
3. Restoration Services: From Flooded Basement To Recovery
Author: expertcleantips
4. Get To Know A Hatchback
Author: Gary Martin
5. The Ultimate Guide To Choosing The Perfect Outboard Motor For Every Boating Adventure
Author: marina
6. Why Are Heartbroken Girls Searching For Sad Shayari Online?
Author: Banjit Das
7. Why Most Boys Never Share Their Pain Publicly
Author: Banjit Das
8. Mobile App Development Company California - Why Users Delete Most Apps Within A Week
Author: Akansha
9. Wholesale Sim Card Distribution & E-sim Services | Enk Wireless
Author: Wholesale Dealer
10. Seo Services: Driving Business Growth And Visibility In 2026
Author: Devakey Digital Solutions
11. Crucial Step In Ai And Technology
Author: sevenmentor
12. The Rise Of Anime Dubbing In India: Industry Growth, Challenges & Opportunities
Author: Pratham Singh
13. Why Artificial Intelligence Training Is Gaining Attention Among Kolkata Graduates
Author: Soumya
14. Kaal Sarp Dosh Nivaran At Trimbakeshwar
Author: Trimbakeshwar Pooja
15. Allopathic Billing Services: A Complete Guide For Medical Practices
Author: Brain






