123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ପୁରୀ: ମହାମହିମ ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହୋଇ ରଥାରୂଢ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରି ରାଜଭବନ ଅଭିମୁଖେ ଯାଇଛନ୍ତି । ତେବେ ରାଜଭବନରେ କିଛି ସମୟ ବିଶ୍ରାମ ନେବାପରେ 9.15 ରେ ରାଜଭବନରୁ ବାହାରି ହେଲିପ୍ୟାଡ୍ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଅନ୍ୟପଟେ ବେଳାଭୂମିରେ ପ୍ରାତଃଭ୍ରମଣ ପରେ ବେଶ ଖୁସି ଅନୁଭବ କରିଛନ୍ତି ରାଷ୍ଟ୍ରପତି ...
... । ଏନେଇ ରାଷ୍ଟ୍ରପତି କହିଛନ୍ତି ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାନମଗ୍ନ ହୋଇଯାଇଛି ।

ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ।

ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ।

ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି । ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି । ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ।

ତେବେ ପ୍ରକୃତି କୋଳରେ ବସବାସ କରୁଥିବା ଲୋକମାନଙ୍କ ଦ୍ୱାରା ଅନୁସୃତ ପରମ୍ପରା ଏ କ୍ଷେତ୍ରରେ ଆମ ପାଇଁ ପଥ-ପ୍ରଦର୍ଶକ ହୋଇପାରିବ । ଉଦାହରଣ ସ୍ୱରୂପ, ସମୁଦ୍ର-କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ସାମୁଦ୍ରିକ ପବନ ଓ ସମୁଦ୍ର ଲହରୀର ଭାଷା ବୁଝିପାରନ୍ତି । ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେମାନେ ସମୁଦ୍ରକୁ ଦେବତା ଭାବରେ ପୂଜା କରନ୍ତି ।

ପରିବେଶ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଜନିତ ଆହ୍ୱାନର ମୁକାବିଲା ପାଇଁ ଆମ ପାଖରେ ଦୁଇଟି ଉପାୟ ଅଛି ବୋଲି ମୁଁ ବିଶ୍ୱାସ କରେ । ପ୍ରଥମତଃ, ସରକାର ଏବଂ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ଏବଂ ଦ୍ୱିତୀୟତଃ, ନାଗରିକ ଭାବରେ ଆମେ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ନେଇପାରିବା । ଅବଶ୍ୟ ଏହି ଦୁଇଟି ଯାକ ପଦକ୍ଷେପ ପରସ୍ପର ପରିପୂରକ । ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଆସନ୍ତୁ ଶପଥ ନେବା । ଉତ୍ତରପିଢ଼ି ପାଇଁ ଆମକୁ ଏହା ଅବଶ୍ୟ କରିବାକୁ ହେବ ।

୫ ଦଶନ୍ଧି ପରେ ଦୁଇ ଦିନ ଧରି ରଥଟଣା ହେଉଛି । ବାଟରେ ଅଟକିଥିବା ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ବଡଦାଣ୍ଡ ।ଆଜି ଆଉ ଥରେ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଭରି ଯାଇଛି । ହରିବୋଲ୍ ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 99Word Count: 460See All articles From Author

Add Comment

General Articles

1. How Solicitors In Craigavon Handle Property Disputes
Author: Jph Law

2. Car Suspension Repair Dubai – Drive Smooth, Stay Safe
Author: James

3. Top Choice For Apple Ipad Repair Dubai – Fast, Reliable, And Affordable
Author: James

4. Best Fan Designs By Industry – Id And Fd Fans
Author: Neel Rao

5. Chand Par Shayari In Hindi
Author: Banjit

6. British And Irish Lions Face Fitness Fears Before Brisbane Test
Author: eticketing.co

7. What Are A4-70 Bolts And Why Are They Important?
Author: Dalloyed Fastners

8. Is Apache Superset Right For You? 5 Alternatives To Consider
Author: Vhelical

9. Redash Alternative For Data Visualization
Author: Vhelical

10. Nfl Games: Chiefs-chargers Clash Amid Cbs Uncertainty
Author: eticketing.co

11. Ai-powered Affiliate Funnels? Fusion Ai 2025 Review Exposes The Truth
Author: Joshua thomson

12. Looking For A Nursery In Rolla Sharjah? Visit Bumble Bee Nursery Today!
Author: sharjah

13. Platinum 1000 l Stainless Steel Tank For Ro Water Storage: Pure, Safe & Durable
Author: amalagrawal

14. Best Double Meaning Shayari With Images
Author: Banjit

15. The Highwaymen’s Journey Through Time: From Roadside Paintings To Museum Walls
Author: Highwaymen Art Specialists

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: