123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ପୁରୀ: ମହାମହିମ ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହୋଇ ରଥାରୂଢ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରି ରାଜଭବନ ଅଭିମୁଖେ ଯାଇଛନ୍ତି । ତେବେ ରାଜଭବନରେ କିଛି ସମୟ ବିଶ୍ରାମ ନେବାପରେ 9.15 ରେ ରାଜଭବନରୁ ବାହାରି ହେଲିପ୍ୟାଡ୍ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଅନ୍ୟପଟେ ବେଳାଭୂମିରେ ପ୍ରାତଃଭ୍ରମଣ ପରେ ବେଶ ଖୁସି ଅନୁଭବ କରିଛନ୍ତି ରାଷ୍ଟ୍ରପତି ...
... । ଏନେଇ ରାଷ୍ଟ୍ରପତି କହିଛନ୍ତି ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାନମଗ୍ନ ହୋଇଯାଇଛି ।

ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ।

ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ।

ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି । ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି । ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ।

ତେବେ ପ୍ରକୃତି କୋଳରେ ବସବାସ କରୁଥିବା ଲୋକମାନଙ୍କ ଦ୍ୱାରା ଅନୁସୃତ ପରମ୍ପରା ଏ କ୍ଷେତ୍ରରେ ଆମ ପାଇଁ ପଥ-ପ୍ରଦର୍ଶକ ହୋଇପାରିବ । ଉଦାହରଣ ସ୍ୱରୂପ, ସମୁଦ୍ର-କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ସାମୁଦ୍ରିକ ପବନ ଓ ସମୁଦ୍ର ଲହରୀର ଭାଷା ବୁଝିପାରନ୍ତି । ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେମାନେ ସମୁଦ୍ରକୁ ଦେବତା ଭାବରେ ପୂଜା କରନ୍ତି ।

ପରିବେଶ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଜନିତ ଆହ୍ୱାନର ମୁକାବିଲା ପାଇଁ ଆମ ପାଖରେ ଦୁଇଟି ଉପାୟ ଅଛି ବୋଲି ମୁଁ ବିଶ୍ୱାସ କରେ । ପ୍ରଥମତଃ, ସରକାର ଏବଂ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ଏବଂ ଦ୍ୱିତୀୟତଃ, ନାଗରିକ ଭାବରେ ଆମେ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ନେଇପାରିବା । ଅବଶ୍ୟ ଏହି ଦୁଇଟି ଯାକ ପଦକ୍ଷେପ ପରସ୍ପର ପରିପୂରକ । ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଆସନ୍ତୁ ଶପଥ ନେବା । ଉତ୍ତରପିଢ଼ି ପାଇଁ ଆମକୁ ଏହା ଅବଶ୍ୟ କରିବାକୁ ହେବ ।

୫ ଦଶନ୍ଧି ପରେ ଦୁଇ ଦିନ ଧରି ରଥଟଣା ହେଉଛି । ବାଟରେ ଅଟକିଥିବା ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ବଡଦାଣ୍ଡ ।ଆଜି ଆଉ ଥରେ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଭରି ଯାଇଛି । ହରିବୋଲ୍ ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 142Word Count: 460See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: