123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ତୃତୀୟ ମହଲାରେ ପାଦ ରଖୁ ରଖୁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଆ ଅସ୍ମିତାକୁ ଦେଲେ ଗୁରୁତ୍ୱ । ଏଣିକି ଓଡିଆ ଭାଷାରେ ହେବ ରାଜ୍ୟର ପରିଚାଳନା । ଏଥିପାଇଁ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଆହୁରି ସଶକ୍ତ କରାଯିବ । ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ହେବ। ଆଜି ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିବା ସହ ଏହି ବଡ ଘୋଷଣା କରିଛନ୍ତି ।

22 ଦିନ ପରେ ଆଜି ତୃତୀୟ ମହଲାରେ ପ୍ରବେଶ ...
... କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ । 22 ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ରଙ୍ଗବେରଙ୍ଗ ଫୁଲରେ ଲୋକସେବା ଭବନକୁ ସଜାଯାଇଥିଲା । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ ।

ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା

ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତର ଦୃଶ୍ୟ କିଛି ଏମିତି ଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଫୁଲରେ ସୁନ୍ଦର ଭାବରେ ସଜାଯାଇଥିଲା । ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପୁଷ୍ପଗୁଚ୍ଛ ଦେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ । ଯେଉଁ ଚାମ୍ବରରେ ନବୀନ ବସୁଥିଲେ ସେହି ଚାମ୍ବରରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ଟେବୁଲ ଆଉ ଚେୟାରର ଦିଗ ବଦଳିଛି ।
ଅନ୍ୟପଟେ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ସହ ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ହେବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳନ ପ୍ରୟୋଗ କରାଯିବ । ଏଥିସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସବୁ ନଥିପତ୍ରକୁ ଓଡିଆରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଓଡିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ । ଓଡିଆ ଭାଷା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ । ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 172Word Count: 317See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: