123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ତୃତୀୟ ମହଲାରେ ପାଦ ରଖୁ ରଖୁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଆ ଅସ୍ମିତାକୁ ଦେଲେ ଗୁରୁତ୍ୱ । ଏଣିକି ଓଡିଆ ଭାଷାରେ ହେବ ରାଜ୍ୟର ପରିଚାଳନା । ଏଥିପାଇଁ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଆହୁରି ସଶକ୍ତ କରାଯିବ । ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ହେବ। ଆଜି ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିବା ସହ ଏହି ବଡ ଘୋଷଣା କରିଛନ୍ତି ।

22 ଦିନ ପରେ ଆଜି ତୃତୀୟ ମହଲାରେ ପ୍ରବେଶ ...
... କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ । 22 ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ରଙ୍ଗବେରଙ୍ଗ ଫୁଲରେ ଲୋକସେବା ଭବନକୁ ସଜାଯାଇଥିଲା । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ ।

ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା

ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତର ଦୃଶ୍ୟ କିଛି ଏମିତି ଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଫୁଲରେ ସୁନ୍ଦର ଭାବରେ ସଜାଯାଇଥିଲା । ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପୁଷ୍ପଗୁଚ୍ଛ ଦେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ । ଯେଉଁ ଚାମ୍ବରରେ ନବୀନ ବସୁଥିଲେ ସେହି ଚାମ୍ବରରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ଟେବୁଲ ଆଉ ଚେୟାରର ଦିଗ ବଦଳିଛି ।
ଅନ୍ୟପଟେ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ସହ ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ହେବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳନ ପ୍ରୟୋଗ କରାଯିବ । ଏଥିସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସବୁ ନଥିପତ୍ରକୁ ଓଡିଆରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଓଡିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ । ଓଡିଆ ଭାଷା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ । ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 160Word Count: 317See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: