123ArticleOnline Logo
Welcome to 123ArticleOnline.com!
ALL >> General >> View Article

ହାଥରସ ଘଟଣା , ୧୨୧ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ପୁରା ଘଟଣା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଗତକାଲିର ଅତ୍ୟନ୍ତ ହୃଦୟ ବିଦାରକ ହାଥରସ ଘଟଣା । ଯାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଚାହୁଁ ଚାହୁଁ ମୃତ୍ୟୁର କରାଳ ଆଁରେ ହଜିଗଲା ୧୨୧ ଜଣଙ୍କର ଜୀବନ । କିଏ ନିଜ ମାଆକୁ ହରାଇ ମୁଣ୍ଡପିଟି କାନ୍ଦୁଛି, ତ କିଏ ନିଜ ପରିବାରରେ ସମସ୍ତଙ୍କୁ ହରାଇ ନିସ୍ତବ୍ଧ ହୋଇଯାଇଛି । ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଆମେ ଯେତେବେଳେ ଠାକୁରଙ୍କ ପାଖରେ ମୁଣ୍ଡ ପିଟି କାନ୍ଦନ୍ତି, ସେତେବେଳେ ଏତେ ଜଣଙ୍କର ଜୀବନ ଚାଲିଯିବାଟା ସହଜରେ ଗ୍ରହଣ କରିହେବ କି ?

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ , କାହିଁକି ପ୍ରକୃତରେ ହାଥରସରେ ହୋଇଥିଲା ...
... ଦଳାଚକଟା ? ଏ ମୃତ୍ୟୁ ପଛର କଣ ରହିଛି ସତ୍ୟତା ?
ତେବେ ପୁରା ଘଟଣା ହେଉଛି, ଗତକାଲି ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ଫୁଲରାଇ ମୁଘଲଗରି ଗାଁରେ ନାରାୟଣ ସାକର ହରି ଓରଫ ଭୋଲେ ବାବାଙ୍କର ଏକ ସତସଙ୍ଗ ଚାଲିଥିଲା । ଅପରାହ୍ନ ୧୨.୩୦ବେଳେ ବାବାଙ୍କ ସତସଙ୍ଗ ଆରମ୍ଭ ହୋଇଥିଲା । ଏହି ସ୍ଥଆନରେ ମାତ୍ର ୫ ହଜାର ଲୋକ ଏକାଠି ହେବାର ସୁବିଧା ଥିଲା । ହେଲେ ସେଠାରେ ୧୫ ହଜାର ଭକ୍ତ ବାବାଙ୍କ ଭାଷଣ ଶୁଣିବା ପାଇଁ ଆସିଥିଲେ । ଏବଂ ଅନେକ ଭକ୍ତ ନିକଟରେ ଥିବା GT ରୋଡରେ ମଧ୍ୟ ଛିଡା ହୋଇଥିଲେ । ରିପୋର୍ଟ ମୁତାବକ, ବାବାଙ୍କ ଭାଷଣ ସରିବା ପରେ କିଛି ଆଶୀର୍ବାଦ ନେବାପାଇଁ ଅନେକ ଲୋକ ବାବାଙ୍କ ନିକଟକୁ ଯିବାପାଇଁ ଦୌଡିବାକୁ ଲାଗିଥିଲେ । ଏହି ସମୟରେ କମ ଯାଗା ହୋଇଥିବାରୁ ଲୋକ ଅଣନିଶ୍ବାସୀ ହୋଇଯାଇଥିଲା । ଏବଂ ସେଠାରେ କିଛିଜଣ ବାଡିରେ ପ୍ରହାର କରୁଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ବାରା ସୂଚନା ମିଳିଥିଲା । ଯାହାଦ୍ବାରା ଲୋକ ଏକା ସାଙ୍ଗରେ ବାହାରକୁ ଯିବାପାଇଁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ଅନେକ ଲୋକଙ୍କ ଜୀବନ ଯାଇଥିଲା ।

ଯେତିକି ଲୋକଙ୍କୁ ଯିବା ପାଇଁ ସେହି ସ୍ଥାନକୁ ଅଥୋରିଟି ଦ୍ବାରା ଅନୁମତି ଦିଆଯାଇଥିଲା, ତା ଠରୁ ଖୁବ ଅଧିକ ଲୋକ ସେହି ସ୍ଥାକୁ ଯାଇଥିଲେ । ଯାହାଦ୍ବାରା ଏପରି ସଂଖ୍ୟାରେ ମୃତ୍ୟ ହୋଇଛି ।
ଯଦି ଦେଖାଯାଏ , ତେବେ ପୂର୍ବରୁ ମଧ୍ୟ କେତୋଟି ଘଟଣା ଏପରି ଘଟିଥିଲା, ଯେଉଁଠି ଅନେକ ଭକ୍ତଙ୍କର ମୃତ୍ୟୁ ହୋଇଥିଲା ।
ଦୁଇବର୍ଷ ପୂର୍ବେ ୨୦୨୨ରେ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣବ ଦେବୀ ମନ୍ଦିରରେ ଭିଡ ଯୋଗୁଁ ପାଖାପାଖୀ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ୨୦୧୩ ଅକ୍ଟୋବରରେ ମଧ୍ୟପ୍ରଦେଶର ରତ୍ନଗଡ ମନ୍ଦିରରେ ନବରାତ୍ରୀ ଉତ୍ସବ ବେଳେ ପାଖରେ ଥିବା ଏକ ବ୍ରିଜ ଭାଙ୍ଗିଯିବାରୁ ଦଳାଚକଟା ହୋଇ ପ୍ରାୟ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ୨୦୧୩ରେ ପାଟନାର ଗାନ୍ଧୀ ମୈଦାନରେ ଦଳାଚକଟା ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
୨୦୦୮ ସେପ୍ଟେମ୍ବରରେ ରାଜସ୍ଥାନ ଚାମୁଣ୍ଡାଦେବୀ ମନ୍ଦିରରେ ଦଶହରା ଉତ୍ସବ ବେଳେ ଦଳାଚକଟା ହୋଇ ୨୨୪ ଜଣଙ୍କର ଜୀବନ ଚାଲିଯାଇଥିଲା ।
୨୦୦୫ ଜାନୁଆରୀରେ ମହାରାଷ୍ଟ୍ରର ମନ୍ଧାର ଦେବୀ ମନ୍ଦିରରେ ଦଳାଚକଟାରେ ପ୍ରାୟ ୩୪୦ ଜଣଙ୍କର ଜୀବନ ଚାଲିଯାଇଥିଲା ।

ତେବେ ହାଥରସର ଏପରି ଘଟଣାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି , ଯଦି ସେହି ସ୍ଥାନରେ ଯିବା ଏବଂ ଆସିବା ସ୍ଥାନ ଦୁଇଟି ହୋଇଥାନ୍ତା ତେବେ ଏପରି ଦୁର୍ଘଟଣା ହୋଇନଥାନ୍ତା । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅନେକ ଜଣଙ୍କ ତରଫରୁ ମତ ମିଳିଛି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 229Word Count: 348See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: