123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି ।

ବିଧାନସଭାରେ ବିଧାୟକମାନେ ଶପଥ ନେବା ପରେ ଗତକାଲି ଶଙ୍ଖ ଭବନରେ ...
... ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ । ବିରୋଧୀ ଦଳ ନେତା କିଏ ହେବ ସେନେଇ ଅନେକ ଆଲୋଚନା ବି ହୋଇଥିଲା । ଶେଷରେ ନବୀନ ହିଁ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ହୋଇଥିଲା । ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ଏନେଇ ନିଜେ ଘୋଷଣା କରିଥିଲେ ନବୀନ ।

ନବୀନ ବିରୋଧୀ ଦଳ ନେତା ହେବା ପରେ ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି ।

ତେବେ ବିଧାନସଭାରେ ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ । ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 180Word Count: 270See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: