ALL >> General >> View Article
ସିଏମ୍ ଥିଲେ, ବିରୋଧୀ ଦଳ ନେତା ହେଲେ
ଅର୍ଗସ ବ୍ୟୁରୋ: ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି ।
ବିଧାନସଭାରେ ବିଧାୟକମାନେ ଶପଥ ନେବା ପରେ ଗତକାଲି ଶଙ୍ଖ ଭବନରେ ...
... ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ । ବିରୋଧୀ ଦଳ ନେତା କିଏ ହେବ ସେନେଇ ଅନେକ ଆଲୋଚନା ବି ହୋଇଥିଲା । ଶେଷରେ ନବୀନ ହିଁ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ହୋଇଥିଲା । ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ଏନେଇ ନିଜେ ଘୋଷଣା କରିଥିଲେ ନବୀନ ।
ନବୀନ ବିରୋଧୀ ଦଳ ନେତା ହେବା ପରେ ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ସାମ୍ନାରେ ଅନେକ ଆହ୍ୱାନ ଆସି ପହଞ୍ଚିଛି । ପ୍ରଶ୍ନ ଉଠୁଛି, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ଏଣୁ ଦଳ ଅନ୍ୟଜଣେ ଉପନେତାଙ୍କୁ ନିର୍ବାଚିତ କରିଥିବା ଆଲୋଚନା ହେଉଛି ।
ତେବେ ବିଧାନସଭାରେ ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ । ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






