123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରହିଛି କି ଦବଦବା ?

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ୨୪ ବର୍ଷର ଶାସନ, କେବଳ ଜଣଙ୍କ ପାଇଁ କ୍ଷମତାଚ୍ୟୁତ ହେଲା ବିଜେଡି । ଯାହାକୁ ନେଇ ଦଳରେ ଚାପା ଅସନ୍ତୋଷ ବି ହେଲା । ତୁରନ୍ତ ତାଙ୍କୁ ଦଳରୁ ବାହାର କରିବାକୁ ଚାପ ବଢିଲା । ହେଲେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏବେ ବି ବଳବତ୍ତର ରହିଛି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା କିନ୍ତୁ ଏଯାଏଁ ତାହାର କାଳେ ସମୀକ୍ଷା ହୋଇନି । ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା । ପରାଜୟ ପରେ ବିଜେଡି ଶିବିରରେ ...
... ଅସମ୍ଭବ ନିରବତା ଖେଳିଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ବିଜେଡି ହାରିବା ପରେ ଦଳରେ ଏବେ ପ୍ରବଳ ଅସନ୍ତୋଷ । କେମିତି ଦଳ ହାରିଲା ? କାହିଁକି ହାରିଲା ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କାରଣ ଦଳ ହାରିବା ପରେ ପାଣ୍ଡିଆନ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧରେ ତୀବ୍ର ହୋଇଥିଲା ଅସନ୍ତୋଷ। ଏମିତି କି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ପଡ଼ିଥିଲା ପାଣ୍ଡିଆନ ବିରୋଧୀ ନାରା । ହେଲେ ପରେ ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ ଚିଟ୍, ଏମିତିକି ପାଣ୍ଡିଆନଙ୍କୁ ଦୋଷ ନଦେବାକୁ ନିବେଦନ କରିଥିଲେ ବିଜେଡି ସୁପ୍ରିମୋ। ଏହାସହ ଦଳ ହାରିବା ପଛର କାରଣ ଖୋଜା ଚାଲିଛି ବି କହିଥିଲେ । କିନ୍ତୁ କାହିଁକି ଦଳ ହାରିଲା ସେନେଇ ଏବେ ସୁଦ୍ଧା କୌଣସି ରିପୋର୍ଟ ଦିଆଯାଇନି ବୋଲି ଜଣାପଡ଼ିଛି । ହେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏକଥା ପଚାରିବାରୁ ସେ ଫିଡକି ଯିବା ସହ ଦଳର ଆଭ୍ୟନ୍ତରୀଣ କଥା ମିଡିଆକୁ କାହିଁକି କହିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ।

ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।

ଏପଟେ ବିରୋଧୀ ଦଳ ନେତା ପାଇଁ ଗତକାଲି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଆଉ ନବୀନଙ୍କୁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି । କଥାହେଲା ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ବିଧାନସଭାରେ ନିୟମିତ ଉପସ୍ଥିତ ରୁହନ୍ତି ନାହିଁ । ହେଲେ ଏବେ ଗୁରୁଦାୟିତ୍ଵ ମିଳିବା ନବୀନଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି । ସେପଟେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ଭୁବନେଶ୍ୱରରେ ରହିବା ସହ ନବୀନ ନିବାସକୁ ମଧ୍ୟ ଯିବା ଆସିବା କରୁଥିବା କୁହାଯାଉଛି । ତେଣୁ ଆଗକୁ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମରୁ କେତେଦୂର ମୁକୁଳି ପାରୁଛି, ତା ଉପରେ ନଜର ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 203Word Count: 321See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: