ALL >> General >> View Article
ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରହିଛି କି ଦବଦବା ?
ଅର୍ଗସ ବ୍ୟୁରୋ : ୨୪ ବର୍ଷର ଶାସନ, କେବଳ ଜଣଙ୍କ ପାଇଁ କ୍ଷମତାଚ୍ୟୁତ ହେଲା ବିଜେଡି । ଯାହାକୁ ନେଇ ଦଳରେ ଚାପା ଅସନ୍ତୋଷ ବି ହେଲା । ତୁରନ୍ତ ତାଙ୍କୁ ଦଳରୁ ବାହାର କରିବାକୁ ଚାପ ବଢିଲା । ହେଲେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏବେ ବି ବଳବତ୍ତର ରହିଛି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା କିନ୍ତୁ ଏଯାଏଁ ତାହାର କାଳେ ସମୀକ୍ଷା ହୋଇନି । ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା । ପରାଜୟ ପରେ ବିଜେଡି ଶିବିରରେ ...
... ଅସମ୍ଭବ ନିରବତା ଖେଳିଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ବିଜେଡି ହାରିବା ପରେ ଦଳରେ ଏବେ ପ୍ରବଳ ଅସନ୍ତୋଷ । କେମିତି ଦଳ ହାରିଲା ? କାହିଁକି ହାରିଲା ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କାରଣ ଦଳ ହାରିବା ପରେ ପାଣ୍ଡିଆନ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧରେ ତୀବ୍ର ହୋଇଥିଲା ଅସନ୍ତୋଷ। ଏମିତି କି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ପଡ଼ିଥିଲା ପାଣ୍ଡିଆନ ବିରୋଧୀ ନାରା । ହେଲେ ପରେ ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ ଚିଟ୍, ଏମିତିକି ପାଣ୍ଡିଆନଙ୍କୁ ଦୋଷ ନଦେବାକୁ ନିବେଦନ କରିଥିଲେ ବିଜେଡି ସୁପ୍ରିମୋ। ଏହାସହ ଦଳ ହାରିବା ପଛର କାରଣ ଖୋଜା ଚାଲିଛି ବି କହିଥିଲେ । କିନ୍ତୁ କାହିଁକି ଦଳ ହାରିଲା ସେନେଇ ଏବେ ସୁଦ୍ଧା କୌଣସି ରିପୋର୍ଟ ଦିଆଯାଇନି ବୋଲି ଜଣାପଡ଼ିଛି । ହେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏକଥା ପଚାରିବାରୁ ସେ ଫିଡକି ଯିବା ସହ ଦଳର ଆଭ୍ୟନ୍ତରୀଣ କଥା ମିଡିଆକୁ କାହିଁକି କହିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ।
ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।
ଏପଟେ ବିରୋଧୀ ଦଳ ନେତା ପାଇଁ ଗତକାଲି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଆଉ ନବୀନଙ୍କୁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି । କଥାହେଲା ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ବିଧାନସଭାରେ ନିୟମିତ ଉପସ୍ଥିତ ରୁହନ୍ତି ନାହିଁ । ହେଲେ ଏବେ ଗୁରୁଦାୟିତ୍ଵ ମିଳିବା ନବୀନଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି । ସେପଟେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ଭୁବନେଶ୍ୱରରେ ରହିବା ସହ ନବୀନ ନିବାସକୁ ମଧ୍ୟ ଯିବା ଆସିବା କରୁଥିବା କୁହାଯାଉଛି । ତେଣୁ ଆଗକୁ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମରୁ କେତେଦୂର ମୁକୁଳି ପାରୁଛି, ତା ଉପରେ ନଜର ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






