123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ହଜିବା ମାମଲା ଉପରୁ ହଟିବ ପରଦା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ବିଜେପି ସରକାର। ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । କହିଛନ୍ତି ଆଗାମୀ ରାଜ୍ୟ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ହେବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆସନ୍ତା ...
... 8 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ASI ସୁପରିଟେଣ୍ଡେଣ୍ଟ । କହିଛନ୍ତି ଲେଜର ସ୍କାନିଂ ଓ 2018 ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାଯିବ । ସ୍ଥିତି ଅନୁଧ୍ୟାନ ପରେ ମରାମତି କାମ କରାଯିବ । ଗୋଟିଏ ପଟେ ASI ସୁପରିଟେଣ୍ଡେଣ୍ଟଙ୍କ ବୟାନ ଅନ୍ୟପଟେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଭରିଦେଇଛି ଆଶ୍ବସ୍ତି । ଶ୍ରୀଜଗନ୍ନାଥଙ୍କର ଯେଉଁ ରତ୍ନଭଣ୍ଡାର ଓ ଏଥିରେ ଥିବା ରତ୍ନର ସୁରକ୍ଷା ନେଇ ସୃଷ୍ଟି ହୋଇଥିଲା ବଡ଼ ଆଶଙ୍କା, ରତ୍ନଭଣ୍ଡାର ଖୋଲିବା ନେଇ ବିଜେଡି ସରକାରର ଟାଳଟୂଳ ନୀତିକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ଅସନ୍ତୋଷ, ଏବେ ସେହି ଅସନ୍ତୋଷ ପ୍ରଶମିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିଜେପି ସରକାର। ଏବେ ଲୋକେ ଜାଣିବେ ସତ।ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଶପଥ ନେବାର ମାତ୍ର 6 ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ମୁତାବକ ଚାରି ଦ୍ବାର ଖୋଲିବାକୁ ନିଷ୍ପତି ନିଆଗଲା। ଏଥିସହ ଶ୍ରୀମନ୍ଦିର ପାଇଁ 5 ଶହ କୋଟିର କର୍ପସ ଫଣ୍ଡ ନିଷ୍ପତ୍ତି ହେଲା। ବାକି ଥିଲା ରତ୍ନ ଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା। ନିର୍ବାଚନ ପ୍ରଚାର ସମୟରେ ରତ୍ନଭଣ୍ଡାର ଚୋରି ନେଇ ସନ୍ଦେହ ପ୍ରକଟ କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶ୍ନ କରିଥିଲେ କୁଆଡେ ଗଲା କମିଶନ ରିପୋର୍ଟ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶାରେ ନୂଆ ସରକାର ଗଠନର 100 ଦିନ ଭିତରେ ସାର୍ବଜନୀନ କରାଯିବ ତଦନ୍ତ ରିପୋର୍ଟ।

ଶେଷଥର ପାଇଁ 1978 ମସିହାରେ ଶ୍ରୀମନ୍ଦିରର ରତ୍ନଗଣନା ହୋଇଥିଲା। ପୁଣି ରତ୍ନଭଣ୍ଡାର ସୁରକ୍ଷା ନେଇ ବାରମ୍ବାର ଆଶଙ୍କା ପ୍ରକଟ କରିଆସିଛି ଏଏସଆଇ । କହିଛି ବାହାର କାନ୍ଥରେ ଫାଟ ଅଛି ଯାହା ଭବିଷ୍ୟତରେ କରିପାରେ ବଡ଼ କ୍ଷତି । ଗତବର୍ଷ ସେପଟେମ୍ବରରେ ହାଇକୋର୍ଟ ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ତଦାରଖ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୂର୍ବ ବିଜେଡି ସରକାର 5 ମାସରୁ ଅଧିକ ସମୟ ଗଡ଼ାଇଥିଲେ । ପୋଲ୍ ଖୋଲିଯିବା ଭୟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ରଘୁବୀର ଦାସ କମିଶନଙ୍କ ରିପୋର୍ଟ 5 ବର୍ଷ ଧରି ଚାପି ରଖି ସାର୍ବଜନୀନ କରିନଥିଲେ ବିଜେଡି ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 223Word Count: 302See All articles From Author

Add Comment

General Articles

1. Mbbs In Vietnam Courses, Top Medical Universities, Fees, Scholarships, And Admission Details!
Author: Rajesh

2. How To Choose The Right Immigration Agency In Dubai For Your Future
Author: Reliance Immigration

3. How A Navi Mumbai Law Firm Groups Property, Family And Banking Matters Under One Roof
Author: Adv. Swanand Pandit

4. Best Learn Copado Online | Devops Copado Course
Author: Visualpath

5. How An Experienced Murder Defense Attorney Can Help Navigate Complex Criminal Charges And Build An Effective Legal Defence
Author: Garcia Jones

6. Why Personalized Treatment Planning Matters When Shopping For Beauty Services
Author: Dr.kaga

7. Why Wireless Lavalier Microphones Are Becoming Essential For Professional Presentations
Author: Vipproaudio

8. Ibm Planning Analytics Training
Author: onlineitguru

9. Vashikaran Astrologer In Haveri
Author: Seoprojects295

10. Ayurvedic Treatment Dubai: Explore Traditional Healing Therapies At Prakriti Ayurveda
Author: Prakriti Ayurvedic

11. New Irdai Insurance Broker Regulations 2026: Important Changes Explained
Author: Divya Saxena

12. Seo Training In Gurgaon
Author: Er. R S Bangar

13. What Are The Benefits Of Organic Farming
Author: peter main

14. High Altitude Washed Arabica Uganda: What Makes This Coffee Worth Buying?
Author: Uganda Coffee

15. How Social Media Helps Hotels Attract More Guests
Author: Tempt Agency

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: