ALL >> General >> View Article
କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ?
ଅର୍ଗସ ବ୍ୟୁରୋ: 2019ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବର୍ଷାଦିନ ପୂର୍ବରୁ ଡ୍ରେନ କାମ ସରିବା ସହ ୱାଟରଲଗିଂ ଯେପରି ହେବନି ସେନେଇ ପଦକ୍ଷେପ ନେଆଯିବ କହି ୨୦୧୯ରେ ମାରିଥିଲେ ବାହାସ୍ଫୋଟ । ୨୦୨୧ରେ ନଗର ଉନ୍ନୟନ ସମ୍ପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଟ୍ବିନ୍ ସିଟିରେ ୱାଟରଲଗିଂ ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ଥିତି ସୁଧୁରିବ କଣ ଏହା ...
... ମଧ୍ୟରେ ଆହୁରି ସାଂଘାତିକ ହୋଇଛି।
କେବଳ ଏସ.କେ. ରାଜେଶ ନୁହେଁ, ମୁକୁଳା ଡ୍ରେନରେ ପଡି ମୃତ୍ୟୁର ତାଲିକା ଖୁବ୍ ଲମ୍ବା । ୧୯ ସେପ୍ଟେମ୍ବର ୨୦୨୨ରେ ସାଲିଆସାହି ଡ୍ରେନରେ ଭାସି ଟି ଆପ୍ପାଲମାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଟ୍ୟୁସନରୁ ଫେରୁଥିବା ବେଳେ ଡ୍ରେନରେ ଭାସି ବରମୁଣ୍ଡାର ଜ୍ୟୋତିଙ୍କ ପ୍ରାଣ ଯାଇଥିଲା । ୨୦୧୫ରେ ପପୁନ ଓ ୨୦୧୭ରେ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ଡ୍ରେନରେ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ରେ ହରିହରଙ୍କ ଜୀବନ ନେଇଥିଲା ମୁକୁଳା ଡ୍ରେନ। ୨୦୧୯ରେ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ବୃଦ୍ଧାଙ୍କର ଯାଇଥିଲା ଜୀବନ। କେବଳ ରାଜଧାନୀରେ ଗତ 9 ବର୍ଷରେ 7 ଜୀବନ ନେଇଛି ମୁକୁଳା ଡ୍ରେନ। ଏନେଇ ପ୍ରଶ୍ନ କରିବାରୁ ଭୁବନେଶ୍ବରରେ ୧୦ ବର୍ଷ ମେୟର ଥିବା ତଥା ବର୍ତ୍ତମାନର ମଧ୍ୟ ବିଧାୟକ କେମିତି ସେତେବଳେ ସମ୍ବେଦନହୀନ ମନ୍ତବ୍ୟ ଦେଇଥିଲେ ଶୁଣନ୍ତୁ ।
ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୟୁନିଟ୍-୩ ମସଜିଦ କଲୋନୀରେ ଥିବା ମୁକୁଳା ଡ୍ରେନ ପାଖରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷ୍ଣଚନ୍ଦ୍ର । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗତକାଲି ସ୍ଥିତି ନେଇ ଅବଗତ ହେବା ସହ ସମସ୍ତ ମୁକୁଳା ଡ୍ରେନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।ରାଜଧାନୀ ସାରା ମୁକୁଳା ଡ୍ରେନ ବୟାନ କରୁଛି ବିଏମସି ଓ ପୂର୍ବ ସରକାରର ଅପାରଗତା। ୨୦୨୧ରମାଷ୍ଟର ପ୍ଲାନ ଶବ୍ଦ ଯେ କେବଳ ଧୂଆଁବାଣ ତାହା ବି ଜଳଜଳ। ତେବେ ବିଏମସି କେବ ସୁଦ୍ଧା ନିଦରୁ ଉଠିବ ? ଜବାବ ଦେବେ କି ବିଏମସି ମେୟର ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Allzone Management Services: Transforming Medical Billing & Revenue Cycle Management For Healthcare ProvidersAuthor: Allzone Management Service
2. What Is The Future Of The Osgood-schlatter Market? Key Insights & Growth Outlook
Author: siddhesh
3. Things To Do In Waikiki, Honolulu, Hawaii: A Tropical Paradise Awaits
Author: Katie Law
4. Top 10 Key Players Transforming The Quaternary Ammonium Salts Disinfectant Market
Author: siddhesh
5. Wprofessional House Party Catering Services Make Parties More Organised, Calmhat To Expect From Professional House Party Catering: Service Walkthrough
Author: Arjun
6. Reddybook — Where Digital Simplicity Meets Smart Experience
Author: reddy book
7. How To Select The Right Channel Straightening Machines Manufacturer In India
Author: ravina
8. Global Microarray Analysis Market Trends: Genomics Research Driving Market Expansion
Author: siddhesh
9. Role Of A Software Development Company India In Custom Software Development For Scaling Businesses
Author: michaeljohnson
10. Reddybook — A Fresh Perspective On Digital Knowledge And Growth
Author: reddy book
11. Rising Gi Disorders Driving The Malabsorption Syndrome Market Worldwide
Author: siddhesh
12. Reddybook1.ac — A Smart Platform For Digital Exploration
Author: reddy book
13. Complete Guide To Tripindi Shradh, Kumbh Vivah Puja & Kaal Sarp Puja At Trimbakeshwar
Author: Narayan Shastri Guruji
14. Helical Insight The Right Enterprise Bi Software For Your Organization
Author: Vhelical
15. Next-gen Therapies Redefining The Eye Infections Treatment Market
Author: siddhesh






