123ArticleOnline Logo
Welcome to 123ArticleOnline.com!
ALL >> General >> View Article

୯ରୁ ୧୦ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଖଣି ଚୋରିଠୁ ଆରମ୍ଭ କରି ହତ୍ୟା ପରି ସଙ୍ଗିନ ଅଭିଯୋଗ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ବିଜେଡି ସରକାରର ପତନ ପଛରେ କେଳେଙ୍କାରିଆ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ପ୍ରାୟ 9ରୁ 10 ଜଣ କେଳେଙ୍କାରିଆ ନେତାଙ୍କ ନାଁରେ ଆସିଥିଲେ ଦୁର୍ନୀତି ଠାରୁ ଆରମ୍ଭ କରି ଖଣିଲୁଟ ଓ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ । ଏହି କେଳେଙ୍କାରିଆ ନେତାମାନଙ୍କୁ ଜନତା ଦନାର୍ଦ୍ଦନ ଦେଇଛନ୍ତି ଉଚିତ ଜବାବ । ଉପାଡି ଫୋପାଡି ଦେଇଛନ୍ତି ଏହି କେଳେଙ୍କାରିଆ ନେତାମାନଙ୍କୁ ।

ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ଭୁବନେଶ୍ବର ମହିଳା ଥାନାରେ ଶ୍ରୀକାନ୍ତଙ୍କ ବିରୋଧରେ ଏତଲା ...
... ହୋଇଥିଲା । ଏତଲା ଦେଇଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ଏତଲା ପରେ ସଂଯୁକ୍ତା ମହଲାଙ୍କର ହେଲା ଡାକ୍ତରୀ ପରୀକ୍ଷା । ମେଡିକାଲ ଟେଷ୍ଟ ପରେ ମୋତେ ନ୍ୟାୟ ମିଳିବ ବୋଲି କହିଥିଲେ ସଂଯୁକ୍ତା । ଏହି କେଳେଙ୍କାରିଆ ନେତାଙ୍କୁ ପୋଲସରାରୁ ରିଜେକ୍ଟ କରିଛନ୍ତି ଜନତା ।ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନା ମାହାଙ୍ଗାରୁ ହାରିଛନ୍ତି । ବାପାଙ୍କ କର୍ମର ଫଳ ଭୋଗିବାକୁ ପଡିଛି ପୁଅକୁ ।

ମାହାଙ୍ଗା ଡବଲ ମର୍ଡର କେସରେ ପ୍ରତାପଙ୍କ ବିରୋଧରେ ଲାଗିଥିଲା ଦଫା 302 । 2021 ଜାନୁୟାରୀର ହୋଇଥିଲା ମାହାଙ୍ଗା ଡବଲ ମର୍ଡର । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ କରାଯାଇଥିଲା ହତ୍ୟା । ଆବାସ କେଳେଙ୍କାରୀର ପୋଲ୍ ଖୋଲିଥିଲେ ବୋଲି ହୋଇଥିଲା ହତ୍ୟା । ମୁଦାଲା ନମ୍ବର 13 ଥିଲେ ବିଜେଡି ବିଧାୟକ ପ୍ରତାପ ଜେନା । ପୋଲିସ ଚାର୍ଜସିଟରୁ କାଟିଦେଇଥିଲା ପାୱାରଫୁଲ୍ ପ୍ରତାପଙ୍କ ନାଁ ଯାହାକୁ ନେଇ ବିବାଦୀୟ ହୋଇଥିଲେ ପ୍ରତାପ ଜେନା । ଏହାର ଜବାବ ଦେଇଛନ୍ତି ଜନତା । ତାଙ୍କ ପୁଅ ଅଙ୍କିତ ଜେନା ମାହାଙ୍ଗା ଆସନରୁ ହାରିଯାଇଛନ୍ତି ।

ବିଜେଡିର ବଦନାମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ଥାନାରେ ପଶି ଆକ୍ରମଣ ମାମଲାରେ ଲାଗିଥିଲା ସଙ୍ଗୀନ ଦଫା । 2013ରେ କାମାକ୍ଷାନଗର ଥାନା ପଶି ଗଣ୍ଡଗୋଳ ଓ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ବିଜେଡିର ଏହି ବଦନାମ ମନ୍ତ୍ରୀଙ୍କ ବିରୋଧରେ ମାମଲା। ବିବାଦୀୟ ମନ୍ତ୍ରୀଙ୍କୁ ଲୋକେ ବିଦା କରିଛନ୍ତି । କାମାକ୍ଷାନଗର ଆସନରୁ ହାରିଯାଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ।୨୦୨୧ଜୁଲାଇ ୧୨ ତାରିଖରେ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ବଡ ବଡ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଅଡୁଆ ଜାଲରେ ଛନ୍ଦି ହୋଇଯାଇଥିଲେ ବିକ୍ରମ ଆରୁଖ । ଏହି ନିର୍ବାଚନ ଜନତା ଦେଇଛନ୍ତି ଯବାବ । ବିକ୍ରମ ଆରୁଖଙ୍କୁ ପରାଜୟର ସମ୍ମୁଖିନ ହେବାକୁ ପଡିଛି ।ଭଞ୍ଜ ନଗର ଆସନ ହରାଇବାକୁ ପଡିଛି ବିକ୍ରମ ଆରୁଖଙ୍କୁ ।

ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ମାଫିଆ ଲୁଟ୍ କରୁଥିବା ଏହି ଟଙ୍କା ବନିଥିଲା ବିଜେଡିର ନିର୍ବାଚନ ପାଣ୍ଠି । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଥିଲା ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଅଶୋକ ଦାସ ପରେ ତାଙ୍କ ପୁଅ ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କଳ୍ପତରୁ ଦାସ ପରେ ତାଙ୍କ ପୁଅ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରଫୁଲ ଘଡେଇ ପରେ ତାଙ୍କ ପୁଅ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ପରି ନେତାମାନେ ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ହୋଇଥିଲା ଅଭିଯୋଗ । ଯାହାକୁ ନେଇ ବିବାଦୀୟ ହୋଇପଡିଥିଲେ ଏହି 3 ପ୍ରମୁଖ ନେତା । ଯାହାକୁ ଜନତା ଉପାଡି ଫୋପାଡି ଦେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ପ୍ରଣବ ପ୍ରକାଶ ଦାସ ହାରିଥିବା ବେଳେ ଧର୍ମଶାଳା ଆସନରୁ ପ୍ରଣବ ବଳବନ୍ତ ରାୟ ଏବଂ ସୁକିନ୍ଦା ଆଶନରୁ ପ୍ରତିରଞ୍ଜନ ଘଡାଇ ପରାସ୍ତ ହୋଇଛନ୍ତି । ଆରଟିଆଇ ଆକ୍ଟିଭିଷ୍ଟ ରଞ୍ଜନ ଦାସ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିବାଦୀୟ ହୋଇପଡିଥିଲେ ଅତନୁ । ଜନତା ଦନାର୍ଦ୍ଦନ ଏହାର ଜବାବ ଦେଇଛନ୍ତି ବାଲଟରେ । ପରାସ୍ତ ହୋଇଛନ୍ତି ଅତନୁ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 195Word Count: 423See All articles From Author

Add Comment

General Articles

1. India's Workforce Has The Lowest Formal Vocational Training Among Major Economies
Author: Chaitanya kumari

2. Water Damage In Toronto: Steps To Protect Your Property
Author: expertcleantips

3. Restoration Services: From Flooded Basement To Recovery
Author: expertcleantips

4. Get To Know A Hatchback
Author: Gary Martin

5. The Ultimate Guide To Choosing The Perfect Outboard Motor For Every Boating Adventure
Author: marina

6. Why Are Heartbroken Girls Searching For Sad Shayari Online?
Author: Banjit Das

7. Why Most Boys Never Share Their Pain Publicly
Author: Banjit Das

8. Mobile App Development Company California - Why Users Delete Most Apps Within A Week
Author: Akansha

9. Wholesale Sim Card Distribution & E-sim Services | Enk Wireless
Author: Wholesale Dealer

10. Seo Services: Driving Business Growth And Visibility In 2026
Author: Devakey Digital Solutions

11. Crucial Step In Ai And Technology
Author: sevenmentor

12. The Rise Of Anime Dubbing In India: Industry Growth, Challenges & Opportunities
Author: Pratham Singh

13. Why Artificial Intelligence Training Is Gaining Attention Among Kolkata Graduates
Author: Soumya

14. Kaal Sarp Dosh Nivaran At Trimbakeshwar
Author: Trimbakeshwar Pooja

15. Allopathic Billing Services: A Complete Guide For Medical Practices
Author: Brain

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: