ALL >> General >> View Article
ମହଙ୍ଗା ପଡ଼ିଲା ଏକଜିଟ୍ ପୋଲ ପ୍ରସାରଣ
ଭୁବନେଶ୍ୱର: ଇନ୍ଦ୍ରଚନ୍ଦ୍ର ମାନୁନି ରାଜ୍ୟର ବିଜେଡି ସମର୍ଥିତ ନିର୍ଦ୍ଧିଷ୍ଟ ଘରୋଇ ଚ୍ୟାନେଲ । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ପରେ ବି ରାଜ୍ୟରେ ନିର୍ବାଚନ ଚାଲୁଥିବା ପରେ ବି ଏକଜିଟ ପୋଲ ପ୍ରସାରଣ କରିଥିଲା । ଯାହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା । ଖାଲି ବିରୋଧ କରାଯାଇଥିଲା ତାହା ନୁହେଁ ବରଂ ଏନେଇ ବିଜେପି ଅଭିଯୋଗ ବି କରିଥିଲା । ଆଉ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ତେବେ ନିର୍ବାଚନ ଆଗରୁ ଜନ ମତ ପ୍ରଭାବିତ କରିବା ଓ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ...
... କରିବା ପାଇଁ ବିଜେଡି ନୂଆ ଚାଲ୍ କରିଛି । ଟିଭିରେ କହୁଛି ବିଜେଡି ଏଥର ଜିତୁଛି ବୋଲି ।
ନିୟମ ଭାଙ୍ଗିଲା, ଆକ୍ସନ ପାଇଁ ନିର୍ଦ୍ଦେଶ ଆସିଲା । ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏନେଇ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏକଜିଟ ପୋଲ ପ୍ରସାରଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ରିପ୍ରେଜେଣ୍ଟସନ୍ ଅଫ୍ ପିପୁଲ୍ସ ଆକ୍ଟର ଉଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଥିବା ବରିଷ୍ଠ ସାମ୍ବାଦିକ ଅଖିଳେଶ ଶର୍ମା ନିଜ ଏକ୍ସ ପେଜରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ବିଜେପି ନିର୍ଦ୍ଦିଷ୍ଟ ଘରୋଇ ଚ୍ୟାନେଲ ନାଁରେ ନିର୍ବାଚନ ଆୟୋଗଙ୍କଠାରେ ହୋଇଥିଲା ଫେରାଦ ।
ମିଳିଥିବା ସୂଚନା ଅନୁସାରେ, ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ) ଅନୁସାରେ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି । ଚଳିତ ନିର୍ବାଚନରେ ଏପ୍ରିଲ ୧୯ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ୍ ପୋଲ୍ ପ୍ରସାରଣ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଜନପ୍ରତିନିଧି ଆଇନ-୧୯୫୧ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ‘ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ୍’ ଓଡ଼ିଶା ବିଧାନସଭା ନିର୍ବାଚନ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍’ ପ୍ରସାରଣ କରିଥିଲା । ତେଣୁ ଏହା ବିରୋଧରେ ବିଜେପି ଏନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ତୁରନ୍ତ ସମ୍ପୃକ୍ତ ଟିଭି ଚ୍ୟାନେଲ ଓ ଏହାର ମାଲିକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।
ସେପଟେ, ଏକ୍ସରେ ସଂପୃକ୍ତ ଘରୋଇ ଟେଲିଭିଜନ୍ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହାଯାଇଛି, ଏହା ହେଉଛି ଏକ ଡମି ଡାଟା । ଇଣ୍ଟରନାଲ୍ ଟେଷ୍ଟିଂବେଳେ ବୈଷୟିକ ତ୍ରୁଟି କାରଣରୁ ହଠାତ୍ ଅଜାଣତରେ ପ୍ରସାରିତ ହୋଇଯାଇଥିଲା । କେବଳ ସଂପୃକ୍ତ ଟିଭି ଚ୍ୟାନେଲ ନୁହେଁ, EXIT ପୋଲ୍ ପାଇଁ ଯେଉଁ ସଂସ୍ଥାର ନାଁ ଉଲ୍ଲେଖ କରାଯାଇଥିଲା, ସେହି ସଂସ୍ଥା ପକ୍ଷରୁ ମଧ୍ୟ ଏକ ଭିଡ଼ିଓ ଜାରି କରାଯାଇଛି । ଏଭଳି କୌଣସି EXIT POLL କରାଯାଇନଥିବା ସ୍ପଷ୍ଟ କରିଛନ୍ତି ସଂପୃକ୍ତ ସଂସ୍ଥାର ପ୍ରତିଷ୍ଠାତା । ତେଣୁ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛି ଜନ କୀ ବାତ୍ । ଜନ କୀ ବାତ୍ ନାଁରେ ଏକଜିଟ୍ ପୋଲ ପ୍ରସାରଣ କରିଥିଲା ସଂପୃକ୍ତ ଘରୋଇ ଟିଭି ଚ୍ୟାନେଲ । ତେବେ ସମୟ କହିବ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Small And Medium Enterprises(sme) In CanadaAuthor: Jenny Knight
2. Ccde V3.0 Certification Success With Ccde V3.0 Dumps And Exam Pass Support
Author: certpasscenter
3. Best Voice Over Services For Youtube Creators And Businesses
Author: Sangam Arora
4. Aws Certification Success With Aws Dumps And Exam Pass Support
Author: certfastpass
5. Best Ent Doctor In Jaipur For Modern Ent Surgeries And Treatments
Author: Uttam
6. Timeless Home Styling With Cotton Tablecloths – All Cotton And Linen
Author: Allcottonandlinen
7. Bath Exhaust Vent Cleaning In Nassau County
Author: cleanairrepair1
8. Bloom Agency: Building Strong Digital Success For Modern Businesses
Author: bloom agency
9. Promoting Your Business Using Low Cost Ways
Author: Rosalina Wolf
10. List Of Samanya Dharma Values: Truth, Non-violence, And More
Author: Chaitanya kumari
11. Professional Tax Advice Brisbane Business Owners Need
Author: Helloledger Pty Ltd
12. Why The Choice Of A Multilingual Dubbing Agency Has Never Mattered More
Author: Pratham Singh
13. Mortuary Washing Units Market Analysis 2034 | Regional Trends
Author: siddhesh
14. Advanced Landscaping Is Quietly Transforming American Outdoor Spaces
Author: Pujitha
15. Therapeutic Bronchoscope Market
Author: siddhesh






