123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଏ ଗାଡିକୁ ଟିକିଏ ଭଲରେ ଦେଖନ୍ତୁ । ଧୋବ ଧୋବଲିଆ ଗାଡି ଦେଖିଲେ ଭାବୁଥିବେ କେଉଁ ନେତା କି ଅଫିସର ଗସ୍ତ କରୁଥିବେ । ହେଲେ ଅଧା ବାଟରେ ୟାକୁ ଅଟକାଇବାକୁ ସାହସ କଲା କିଏ ? କଥାରେ ଅଛି ମହାକାଳଫଳ ବଡ ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍‌ ସେମିତି ଏ ଗାଡିର ଅବସ୍ଥା । ଅର୍ଥାତ୍‌ ବିଜେଡି ଲୋଗୋ ଲଗାଇ ଭାଇ ଆମର ଭାବୁଥିଲେ ଖସିଯିବେ ବୋଲି । ସେଇଥି ଲାଗି ତ ଗଂଜେଇ ଲଦି ଗାଡିକୁ ପିଇଁ ପିଇଁ କରି ଉଡାଉଥିଲେ । କିନ୍ତୁ ମାଡି ବସିଲା ସ୍ଵ୍କାର୍ଡ । ଆଉ ସେଥିରୁ କେତେ ମାତ୍ରାରେ ଗଂଜେଇ ବାହାରିଲା ସେ ଦୃଶ୍ୟ ଆପଣ ବି ...
... ଦେଖନ୍ତୁ ।

ବୁଥ୍ ରିଗିଂ, ମାରପିଟ୍, ହିଂସା ପରେ ଗଞ୍ଜେଇ ବାଣ୍ଟିକି ନିର୍ବାଚନ ଜିତିବାକୁ ଚାଁହୁଛି କି ବିଜେଡି ? ବ୍ରହ୍ମପୁରରୁ 84 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଜୁ ଜନତା ଦଳର ଲୋଗୋ ଲାଗିଥିବା ଗାଡିଟି ଜବତ ହୋଇଛି । ଏହା ଦେଖିକି ଲାଗୁଛି ବିଜୁ ଜନତା ଦଳର ନେତାଙ୍କ ଗାଡ଼ିରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଛି । ଦଳୀୟ ଚିହ୍ନ ଲାଗିଥିବା ଏହି ଗାଡିକୁ ନେଇ ବିଜେଡିର କୌଣସି ନେତା ମୁହଁ ଖୋଲୁନାହାନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ ବାଣ୍ଟି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେଡି ।

ପୂର୍ବରୁ ବିଜୁ ଜନତା ଦଳର ଅନେକ ନେତା ବିଭିନ୍ନ ନିଶା କରବାରରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ତାଙ୍କ ଦଳର ନେତା ଅନୁଭବ ପଟ୍ଟନାୟକ ଯେତେବେଳେ ଦଳ ଛାଡିଥିଲେ ଇସ୍ତଫା ପତ୍ରରେ ଖଣ୍ଡପଡାରେ ଦଳ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଲେଖିଥିଲେ ।

କେବଳ ଏତିକି ନୁହେଁ ବିଧାନସଭା ଗୃହରେ ପଚରା ଯାଇଥିବା ପ୍ରଶ୍ନରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ତାଙ୍କ ନାମରେ ଅଭିଯୋଗ ଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେଉଁ ଆଧାରରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏହି ଗୋଟିଏ ଉଦାହରଣ ନୁହଁ ଅନେକ ଏମିତି ଉଦାହରଣ ରହିଛି ଯେଉଁଥିରେ ସେମାନଙ୍କ ସମ୍ପୃକ୍ତି ଦର୍ଶାଉଛି ।

ଅନ୍ୟପଟେ ଏକ ମାସରୁ କମ ଅବଧି ମଧ୍ୟରେ ରାଜ୍ୟରୁ 2 ଲକ୍ଷ 49 ହଜାର 510 ଲିଟର ଚୋରାମଦ ଏବଂ 2951 କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ଦେଖିଲେ ସ୍ପଷ୍ଟ ହେଉଛି କି, ରାଜ୍ୟରେ ନିଶା ଦ୍ରବ୍ୟ ବିକ୍ରି କରି ଭୋଟ ନେବାକୁ ଚକ୍ରାନ୍ତ କରିଛି ବିଜେଡି ।

ଆହୁରି ପଢ୍ନତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 700Word Count: 273See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: