123ArticleOnline Logo
Welcome to 123ArticleOnline.com!
ALL >> General >> View Article

୨୦ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଏଥର ଆରପାର୍ ଲଢେଇ । ଜଣେ ଜଣେ କେନ୍ଦ୍ରୀୟ ତୁଙ୍ଗନେତା ଓଡ଼ିଶା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ଜୋଶ୍ ବଢ଼ାଉଥିବାବେଳେ ବିଜୟ ମନ୍ତ୍ର ଦେବାକୁ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ 24 ମହାଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଏଣ୍ଟ୍ରି, ରାଜ୍ୟରେ କ୍ଷମତା ପରିବର୍ତ୍ତନର ମୁଳଦୂଆ ପକାଇଥିବା ଚର୍ଚ୍ଚା ଲାଗି ରହିଛି । ଏପଟେ ପୁଣି ଆସନ୍ତା 20 ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପୁରୀରେ ବିଶାଳ ରୋଡ ଶୋ କରିବା ସହ କଟକ ଓ ଅନୁଗୁଳରେ ...
... ଜନସଭାକୁ ସମ୍ବୋଧିତ କରିବେ ମୋଦି । ଶନିବାର ରାଜ୍ୟରେ ସ୍ଥାଣୁ ପାଲଟିଥିବା ଶାସନ ବ୍ୟବସ୍ଥା ଉପରେ ଜୋରଦାର ଆଟାକ୍ କରି ଓଡ଼ିଶାର ଦୁର୍ଗତି, ଓଡ଼ିଶାବାସୀଙ୍କ ଦୁଃସ୍ଥିତି ପାଇଁ ବିଜେଡି ସରକାର ଓ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ମୋଦି ।

ସେହିପରି ଆସନ୍ତା 15 ତାରଖରେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 17 ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ହିଞ୍ଜଳି, ସୁନ୍ଦରଗଡ଼ ଓ ପଦ୍ମପୁରରେ ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ ନଡ୍ଡା । ମୋଦି, ଶାହ ଓ ନଡ୍ଡାଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।

ଓଡ଼ିଶାରେ ସରକାର କରିବାକୁ ଲକ୍ଷ୍ୟ ସ୍ଥିର କରିସାରିଛି ବିଜେପି । ଇସ୍ତାହାରରେ 21 ସଂକଳ୍ପ ସାମିଲ କରି ରାଜ୍ୟ ବିକାଶର ରୋଡମ୍ୟାପ୍ ରାଜ୍ୟବାସୀଙ୍କ ଆଗରେ ରଖିସାରିଛି ଦଳ । ରାଜ୍ୟରେ 25 ବର୍ଷର ସରକାର ପରିବର୍ତ୍ତନର ଆହ୍ବାନ ଶୁଣାଇ ବିଜେଡି ଶିବିରରେ ଛନକା ଭରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଏବେ ପୁଣି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ପହଞ୍ଚିବାକୁ ଯାଉଛନ୍ତି ବିଜେପି ତୁଙ୍ଗ ନେତା । 2019 ନିର୍ବାଚନରେ 34 % ଭୋଟ୍ ହାସଲ କରି ରାଜ୍ୟରେ ବିରୋଧୀ ଦଳ ବନିଥିଲା ବିଜେପି । 24 ନିର୍ବାଚନରେ ରାଜ୍ୟରେ ଏକାକୀ ସରକାର ଗଠନ କରିବାର ଲକ୍ଷ୍ୟ ନେଇ ଆରପାର୍ ଲଢେଇ ଜାରି ରଖିଛି ବିଜେପି ।

ଅଧିକ ପଢ଼ନ୍ତୁ ଦେଶ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 262Word Count: 236See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: