123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।
ଏହି ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଅର୍ଥାତ ଆସନ୍ତକାଲି ...
... ପଡୁଛି । ହିନ୍ଦୁ ଶାସ୍ତ୍ରନୁସାରେ, ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ପକ୍ଷରେ ଏହି ପବିତ୍ର ଅକ୍ଷୟ ତୃତୀୟାର ପର୍ବ ପାଳନ କରାଯାଏ । ଜ୍ୟୋତିଷ ମାନେ ଏହି ଦିନ ମତ ଦିଅନ୍ତି ଯେ, ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ସହ ଜଡିତ କୌଣସି ଭୁଲ କରିବା ଉଚିତ୍ ନୁହେଁ ।
ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରାଯାଉଥିବାରୁ ଏହି ଦିନ ଭୁଲରେ ବି ତୁଳସୀ ଗଛର ପତ୍ରକୁ ତୋଳାଯାଇନଥାଏ । କାରଣ ଶାସ୍ତ୍ର କୁହେ ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଳସୀ ଗଛକୁ ଯତ୍ନ ସହକାରେ ପୂଜା କରାଯାଏ । ଏହି ଦିନ ଅସନା ବା ମଇଳା ହାତରେ ତୁଳସୀ ଗଛକୁ ଛୁଇଁବା ବି ଭୁଲ ବୋଲି ମନେ କରାଯାଏ । ଏହା ସହ ନ ଗାଧୋଇ ତୁଳସୀ ଗଛରେ ପାଣି ଦେବା ବି ଉଚିତ ନଥାଏ । ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ପାଖରେ କୌଣସି ଅଳିଆ ଆବର୍ଜନା ରଖାଯାଇନଥାଏ । ଏହା ସହ ଜୋତା ଚପଲ ରଖିବାକୁ ବାରଣ କରାଯାଇଥାଏ ।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର
ହିନ୍ଦୁ ଶାସ୍ତ୍ର କୁହେ କୌଣସି ଶୁଭ କର୍ମରେ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍ ନୁହେଁ । ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ମା'ଙ୍କୁ ସ୍ଵଚ୍ଛ ଓ ଶୁଦ୍ଧ ରଙ୍ଗର ପୋଷାକ ପିନ୍ଧିବା ଠିକ୍ ହୋଇଥାଏ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରସାଦରେ ସର୍ବଦା ତୁଳସୀର ପ୍ରୟୋଗ କରାଯାଏ । ଏହି ଦିନ ମଧ୍ୟ ପ୍ରସାଦରେ ତୁଳସୀର ବ୍ୟବହାର କରିବା ଉଚିତ୍ ହେଇଥାଏ ।
ଏହା ସହ ଅକ୍ଷୟ ତୃତୀୟାରେ ମହିଳା ମାନେ ସ୍ଵଚ୍ଛ ମନରେ ତୁଳସୀ ମା'ଙ୍କ ପୂଜା କରିବା ଦ୍ଵାରା ଘରେ ଧନଧାନ୍ୟର ବୃଦ୍ଧି ଘଟିଥାଏ । ଏହି ସବୁ ଉପାୟକରିବା ଦ୍ଵାରା ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁ ଓ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 207Word Count: 283See All articles From Author

Add Comment

General Articles

1. How To Choose The Best Pest Control Service In Mahavir Nagar
Author: bdean

2. Grocery Data Compliance Scraping: What's Public And What's Not When Collecting Grocery Information?
Author: food data scrape

3. Natural Stone Driveways: Why They Are Becoming The Preferred Choice
Author: WorldWide Stone

4. Tinder Clone Script: Everything Entrepreneurs Need
Author: Migrateshop

5. Car Denting Painting Bhopal – Dent Removal, Scratch Repair And Repainting
Author: Vehicle Solution Bhopal

6. John Labunski Dallas Retirement Planning Strategies For Life
Author: John Labunski

7. How Staff Augmentation And Mobile App Development Help Businesses Build Scalable Digital Solutions
Author: Jessica Williams

8. Gmp Plant Setup And Upgradation Services Worldwide: A Complete Guide
Author: zenovel pharma

9. Instagram Profile Picture Size: The Complete Guide
Author: Best pva accounts

10. Ai In Children’s Education: Benefits, Challenges, And The Future Of Learning
Author: B.K Birla School

11. Fasteners Manufacturer And Supplier In India: Types, Uses & Buying Guide
Author: Vintex Steel

12. Grow Your Homestay Business Online With Staywithus
Author: saasAro

13. Experience Heritage And Culture With Hr Hotels & Resorts
Author: saasAro

14. How Material Handling Equipment Improves Workplace Safety
Author: Sima

15. Découvrir Le Rajasthan Et Le Taj Mahal Avec Une Agence De Voyage Spécialisée
Author: UTTAM

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: