123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଆଉ ମାସଟିଏ ସମୟ ବାକି ଅଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ତେବେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହାମଧ୍ୟରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ ଓ ମୁମ୍ବାଇ ମ୍ୟାଚରେ ଅଜିତ ଅଗରକରଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ମ୍ୟାଚ୍ ପରେ ଅଧିନାୟକ ରୋହିତଙ୍କ ସହ ଅଗରକର ସମ୍ଭାବ୍ୟ ଟିମ୍ ନେଇ ଅନୌପଚାରିକ ଆଲୋଚନା କରିପାରନ୍ତି । କାରଣ ମେ’ ୧ ସୁଦ୍ଧା ବିସିସିଆଇକୁ ୧୫ ଜଣିଆ ଟିମ୍ ଘୋଷଣା କରିବାକୁ ପଡିବ ।

ଯେହେତୁ ଆଇପିଏଲ ଚାଲିଛି, ତେଣୁ ପ୍ରତି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ତେବେ ୧୫ ଜଣିଆ ଟିମ୍ ଘୋଷଣା ପୂର୍ବରୁ ରୋହିତଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନ ବାବଦରେ ଜାଣିବାକୁ ଚାହିଁପାରନ୍ତି ଚୟନକର୍ତ୍ତା । ଖାସକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ ହାର୍ଦ୍ଦିକ ଏବେ ଭଲ ଫର୍ମରେ ନଥିବା ବେଳେ ରିଙ୍କୁ ସିଂ ଓ ଶିବମ ଦୁବେ ଦମଦାର ଫର୍ମରେ ରହିଛନ୍ତି । ତେଣୁ କାହାକୁ ୧୫ ଜଣିଆ ଟିମରେ ସ୍ଥାନ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।

ସେହିଭଳି ୱିକେଟ କିପର ଭାବେ ରେସରେ ଋଷଭ ପନ୍ତ, କେ.ଏଲ ରାହୁଲ ଓ ସଞ୍ଜୁ ସାମସନ ରହିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଟିମରେ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ୩ ଖେଳାଳୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ବୋଲର ଚୟନକୁ ନେଇ ଚିନ୍ତାରେ ପଡିପାରନ୍ତି ଚୟନକର୍ତ୍ତା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 324Word Count: 193See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: