123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଘରେ ଵଳକା ଦହି ରହିଯାଇଥିଲେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ

Profile Picture
By Author: Argus News
Total Articles: 123
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସମସ୍ତେ ଦହି ଖାଇଵାକୁ ପସନ୍ଦ କରିଥାନ୍ତି । ଘରେ କିଛି ଵଳକା ଦହି ରହିଯାଇଥାଏ ତେବେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ, ଏହାକୁ କିଛି ଉପାୟରେ ବ୍ୟବହାର କରନ୍ତୁ, ଖାଇଵା ,ଚର୍ମ ଏବଂ କେଶ ମଧ୍ୟ ସୁସ୍ଥ ରହିବ ।
ଦହି ଖାଇବା ଦ୍ଵାରା ସ୍ୱାସ୍ଥ୍ୟରେ ଅନେକ ପରିଵର୍ତ୍ତନ ହୋଇଥାଏ ।କାରଣ ଏହାର ବ୍ୟବହାର ହାଡକୁ ମଜବୁତ କରିଥାଏ ଶରୀରରେ କ୍ୟାଲସିୟମର ଅଭାବ ରହିନଥାଏ । କିଛି ଲୋକ ପ୍ରତିଦିନ ଦହି ଖାଇବାକୁ ପସନ୍ଦ କରନ୍ତି ।

ସକାଳେ ଏବଂ ରାତିରେ ଦହି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବଜାରରୁ ଦହି କିଣୁଥିବାବେଳେ ...
... ଅନେକ ଲୋକ ଘରେ ଦହି ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଅଧିକ ପରିମାଣରେ ଦହି ଗଚ୍ଛିତ ରଖିବା ହେତୁ ଏହା ଅନେକ ଦିନ ଫ୍ରିଜରେ ରହିଥାଏ । ଚିନି ଏବଂ ଲୁଣ ସହିତ ଖାଇବା ମଧ୍ୟ ଆପଣଙ୍କୁ ବିରକ୍ତ ଲାଗେ ତାସହ କିଛି ଦିନ ରହିଲେ ତାହା ଖଟା ହୋଇଯାଏ । ତେଵେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ବିଭିନ୍ନ ଉପାୟରେ ଦହିକୁ ବ୍ୟବହାର କରିପାରିବେ ।

ଅବଶିଷ୍ଟ ଦହି କିପରି ବ୍ୟବହାର କରିବେ
ଯଦି ଆପଣଙ୍କର ଵଳକା ଅଧିକ ଦହି ରହିଛି ତେଵେ ଏହାକୁ କିପରି ବ୍ୟବହାର କରାଯିଵ ତେବେ ଆପଣ ଏଥିରୁ ବଟରମିଲ୍କ, ତରକାରୀ, ଦହି ଆଳୁ ଇତ୍ୟାଦି ତିଆରି କରିପାରିବେ ।

ଆପଣ ଏହି ଦହିକୁ ସ୍ଲୁଇଟିରେ ବ୍ୟବହାର କରିପାରିବେ । ତେବେ କିଛି ଫଳ, ବରଫ କ୍ୟୁବ୍, ମହୁ ଏବଂ କଦଳୀ ମିଶାଇ ଏକ ସ୍ବାଦଯୁକ୍ତ ଖାଇଵା ପ୍ରସ୍ତୁତ କରି ଏହାକୁ ଖାଆନ୍ତୁ ।

ଆପଣ ମରିନାଡ ପାଇଁ ଦହି ମଧ୍ୟ ବ୍ୟବହାର କରିପାରିବେ । ଅନେକ ଅଣ-ଭେଜ୍ ଆଇଟମ୍ ତିଆରି କରିବାକୁ, ସେଗୁଡିକ ଦହିରେ ମାରିନେଟ୍ କରାଯାଏ । ଯଦି ଆପଣ ମାଂସ ଏବଂ ମାଛ ଖାଆନ୍ତି, ତେବେ କୌଣସି ରେସିପି ପ୍ରସ୍ତୁତ କରନ୍ତୁ ଯାହାକି ଦହି ସହିତ ମରିନାଡ ଆବଶ୍ୟକ

ଯଦି ଆପଣ ସାଲାଡ ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣ ସାଲାଡରେ ଦହି ମିଶାଇ ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଅଲିଭ୍ ତେଲ, କିଛି କଟା ରସୁଣ ଏବଂ ଲେମ୍ବୁ ରସକୁ ଦହିରେ ମିଶାଇ ପାରିବେ ।
ଆପଣ ଅବଶିଷ୍ଟ ଦହିକୁ ସ୍ନାକ୍ସ, ରୁଟିରେ ଖାଇପାରିଵେ ଏଥିପାଇଁ ରସୁଣକୁ ଭାଜନ୍ତୁ କିଛି ମସଲା,ଏବଂ କିଛି ହଳଦୀକୁ ଦହିରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ ଆପଣ ଏହାକୁ ଯେକୌଣସି ସ୍ନାକ୍ସ, ରୁଟିରେ ଇତ୍ୟାଦିରେ ବୁଡ଼ାଇ ଖାଇପାରିବେ ।

ଯେତେବେଳେ ଅବଶିଷ୍ଟ ଦହି ଟିକେ ଖଟା ହୋଇଯାଏ ଆପଣ ଏଥିରୁ ଲସି ତିଆରି କରିପାରିବେ । ଦହିରେ କିଛି ପାଣି, ଚିନି, ଗୋଲାପ ପାଣି ମିଶାଇ ଏହାକୁ ଏକ ମିକ୍ସର୍ରେ ମିକ୍ସ କରି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିବ

ଦହିରୁ ଏକ ଫେସ୍ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଚର୍ମରେ ଦହି ଲଗାଇବା ଦ୍ୱାରା ଚର୍ମ ସଫା ହୋଇଥାଏ ପିଗମେଣ୍ଟେସନ୍ ଏବଂ ଦାଗ କମିଯାଏ ତାହା ସହ ଚର୍ମ କୋମଳ ରହିଥାଏ ।

ଆପଣ ଦହିରୁ ଏକ ହେୟାର ମାସ୍କ ତିଆରି କରି ଏହାକୁ ନିଜ କେଶରେ ଲଗାଇ ପାରିବେ । ଏହା କେଶକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇବ ସହ ଦହି ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରେ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 4Word Count: 354See All articles From Author

Add Comment

General Articles

1. Radiant Strands: Elevating Hair Care And Laser Solutions At Helios Advanced Skin, Hair, And Laser Clinic
Author: HubraSEO

2. Dallas It Company: Your Gateway To Exceptional Digital Solutions
Author: bonsai

3. From Fan To Fortune: Can You Make Money Betting On Cricket?
Author: The Bigg Daddy

4. Secure Your Devices: A Step-by-step Guide To Installing Bitdefender Antivirus Software For Mac And Pc
Author: IHAsoft.co

5. Navigating Expertise: Unveiling The Diabetes Doctor Specialists At World Diabetes Centre
Author: jahnvisharma

6. Best Mobile App Development Services Company In Usa
Author: Jyothsnarajan Dasi

7. Elevate Your Fantasy Cricket Experience With Silver Exchange Id
Author: silverexchange

8. From Conflict To Resolution: arbitration Lawyers - Dubai's Dispute Deactilators
Author: Al Adl Legal

9. Progressive Projections: Organs-on-chips Market On A Steady Climb
Author: Snehal S

10. What Are The Side Effects Of Foot Reflexology?
Author: Keerthi

11. Innovative Solutions & Ibm: Ibm Software On Aws Marketplace
Author: Ben Gross

12. Dyna.ai Global Launch: Dyna Athena & Avatar For Finance
Author: Ben Gross

13. Road Trip Essentials: Packing Tips For Your Rental Car Adventure
Author: Black car service Dallas

14. Tips For Optimizing Your Salesforce Commerce Cloud For Mobile Users
Author: Manras

15. Navigating The Challenge Of A Missed Flight With Allegiant Air
Author: LOOKFLYFARES

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: