123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ଠୁ ଆଉ ରକ୍ଷା ନାହିଁ : ଦିନ ୧୧ଟା ପରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା !

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଅସହ୍ୟ ଖରା, ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆହୁରି ୪ ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏପ୍ରିଲ ୨୦ ପରଠାରୁ ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ଅଞ୍ଚଳରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ...
... ।

ଅଧିକ ପଢନ୍ତୁ ପାଣିପାଗ ଖବର

ଶୁକ୍ରବାର ଓ ଶନିବାର ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ (ସିଭିଅର ହିଟ୍‌ୱେଭ୍‌) ଏବଂ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, ନୂଆପଡ଼ା, କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

୨୦ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ‌ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ୨୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ୧୯ ଓ ୨୦ ତାରିଖରେ ଦିନ ତାପମାତ୍ରା ଶିଖର ଛୁଇଁବ। କେତେକ ସ୍ଥାନରେ ୪୫ ଡିଗ୍ରି ଡେଇଁପାରେ । ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬.୪ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି । ଏଥିସହ ଶୁକ୍ରବାର ସବୁଠାରୁ ଅଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉପକୂଳ ଓଡ଼ିଶାରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ବାୟୁମଣ୍ଡଳର ମଧ୍ୟ ଉପରି ଭାଗରେ ଗୋଟିଏ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ୪୦ରୁ ୫୦ କିମି ବେଗରେ ପବନ ବହିବ । ଫଳରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 239Word Count: 282See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: