123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହ ଆରମ୍ଭ ହେବ ନାମଙ୍କନ ଦାଖଲ ପ୍ରକ୍ରିୟା । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୯ ତାରିଖ ସୁଦ୍ଧା କରିପାରିବେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ନାମାଙ୍କନ ବେଳେ ପ୍ରାର୍ଥିମାନଙ୍କୁ ବଡ଼ ରାଲି ନଆସିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମେ ୧୩ରେ ହେବ ଭୋଟ ଗ୍ରହଣ । ଏହା ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି. ବ୍ରହ୍ଣପୁର, କୋରାପୁଟ ଓ ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଯଦି ଲୋକସଭା ପ୍ରାର୍ଥୀ କଥା ଦେଖିବା ତେବେ କଳାହାଣ୍ଡିରେ ବିଜେପିରୁ ମାଲବିକା କେଶରୀ ଦେଓ, ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି ।

ସେହିପରୀ ନବରଙ୍ଗପୁର ବିଜେଡିରୁ ପ୍ରଦିପ ମାଝି, ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ରହିଛନ୍ତି । ସେପଟେ ବ୍ରହ୍ମପୁରରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ମିଳିଛି ଟିକେଟ୍ । ଏହା ସହ କୋରାପୁଟରେ ବିଜେପିରୁ କାଳୀରାମ ମାଝୀ, କଂଗ୍ରେସରୁ ସପ୍ତଗିରି ଉଲାକା ଓ ବିଜେଡିରୁ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ପ୍ରାୟ ୭ରୁ ୮ ବିଧାନସଭା ଆସନ ବେସ ଚର୍ଚ୍ଚାରେ ରହିଛି । ଏଠାରେ ଘମାଘୋଟ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ନର୍ଲା, ନୂଆପଡ଼ା, ପାରଳାଖିମୁଣ୍ଡି, ଧର୍ମଗଡ, ଭବାନୀପାଟଣା, କୋରାପୁଟ, ଜୟପୁର ଭଳି ଆସନରେ ବିଭିନ୍ନ ଦଳ ହେବିୱେଟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 218Word Count: 188See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: